ସୋର: ମାସକର ଝିଅକୁ ନ’କଳମ ବଣରେ ଫିଙ୍ଗି ଦେଲା ବାପା

ସୋର: ମାସକର ଝିଅକୁ ନ’କଳମ ବଣରେ ଫିଙ୍ଗି ଦେଲା ବାପା

ସୋର: ଗତ ସନ୍ଧ୍ୟାରେ ସ୍ଥାନୀୟ ବାଗୁଡ଼ି ବଜାର ଓ ମେଣ୍ଢାଗଡ଼ିଆ ଗାଁ’ର ରାସ୍ତା କଡ଼ର ନ’କଳମ ବଣରୁ ସ୍ଥାନୀୟ ଲୋକେ ଏକ କ୍ରନ୍ଦନରତ ଟିକିଝିଅକୁ ଉଦ୍ଧାର କରିବା ସହ ତା’ର ବାପାଙ୍କୁ ବହେ ମାରଧର କରିଛନ୍ତି।

ଘଟଣାଟି ଏମିତି: ସୋର ପୌରାଞ୍ଚଳ ଅନ୍ତର୍ଗତ ଇଟ୍‌ଓ୍ଵା ଗ୍ରାମର ସୁଦାମ ଶେଖର ସାହୁଙ୍କ ପୁଅ କୈଳାସ ମେଣ୍ଢାଗଡ଼ିଆ ଗ୍ରାମର ମାୟାଧର ଦେ’ଙ୍କ ଝିଅକୁ ବିଭା ହୋଇ ଘରଜ୍ୱାଇଁ ହୋଇ ରହିଥିଲେ। କୈଳାସର ନିଶାପାଣି ଅଭ୍ୟାସ ଥିବାରୁ ତାଙ୍କ ପତ୍ନୀଙ୍କ ସହ ଅଧିକାଂଶ ସମୟରେ ଝଗଡ଼ା ହୁଏ। କାଲି ଅପରାହ୍ଣରେ କୌଣସି କାରଣରୁ ଝଗଡ଼ା ହେବାରୁ ସେ ପତ୍ନୀଙ୍କ ଠାରୁ ମାସକର ଝିଅଟିକୁ ଛଡ଼ାଇ ଘରୁ ଚାଲି ଆସିଥିଲେ।

ଝିଅଟିକୁ ରାସ୍ତାକଡ଼ ନ’କଳମ ବୁଦାରେ ଫିଙ୍ଗି ଦେଇ ଅନ୍ୟତ୍ର ମାଛ ଧରୁଥିଲେ। ସନ୍ଧ୍ୟା ବେଳେ ସ୍ଥାନୀୟ ଲୋକେ ଝିଅଟିକୁ ଉଦ୍ଧାର କରିବା ପରେ ଖୋଜାଖୋଜି କରି ତା’ର ବାପା କୈଳାସଙ୍କୁ ଠାବ କରି ବହେ ମାରଧର କରିଥିଲେ। ତା’ପରେ ଝିଅଟିକୁ ନେଇ ତା’ର ମାଆକୁ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe