ଓଏଏସ୍‌: ୧୨ ନମ୍ବର ସ୍ଥାନରେ ସୋର ଝିଅ ତନ୍ମିତା

Advertisment
ଓଏଏସ୍‌: ୧୨ ନମ୍ବର ସ୍ଥାନରେ ସୋର ଝିଅ ତନ୍ମିତା

ସୋର: ଆଜି ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ବଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ମୂଳିସିଂ ପଞ୍ଚାୟତ ମୂଳିସିଂ ଶାସନର ତୃପ୍ତିକାନ୍ତ କରଙ୍କ ବଡ଼ଝିଅ ତନ୍ମିତା କର ୧୨ ନମ୍ବର ସ୍ଥାନରେ ଅଛନ୍ତି। ଏବେ ସେ ବଲେଶ୍ୱର ଆଳୁପୁରଠାରେ ବାପାମାଆ ଓ ସାନଭଉଣୀ ସହ ରହୁଛନ୍ତି।

ବାପା ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଲାଇବ୍ରେରିଆନ୍‌ ଭାବେ କାର୍ଯ୍ୟରତ ଥିବା ବେଳେ ମାଆ ଜଣେ ଗୃହିଣୀ। ତନ୍ମିତା କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣାରୁ ମ୍ୟାଟ୍ରିକ୍‌ ପାସ୍‌ କରିଥିବା ବେଳେ ୯୫ ପ୍ରତିଶତ ନମ୍ବର ରଖିଥିଲେ। ସେହିପରି ଭୁବନେଶ୍ୱର ନାଇଡୁ ବିଜ୍ଞାନ କଲେଜରୁ ୮୨ ପ୍ରତିଶତ ନମ୍ବର ରଖି ଯୁକ୍ତଦୁଇ ପାସ୍‌ କରିଥିଲେ। ୨୦୧୭ ମସିହାରେ ବୁର୍ଲା ଇଂଜିନିୟରିଂ କଲେଜରୁ ସିଭିଲ୍‌ ଇଂଜିନିୟରିଂ ପାସ୍‌ କରିବା ପରେ ଓଏଏସ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲେ। ତନ୍ମିତା ନିଜ ସଫଳତାର ଶ୍ରେୟ ବାପାମାଆ ଓ ଶିକ୍ଷକମାନଙ୍କୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe