ସୋର: ନିଖୋଜ ଶିଶୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

Advertisment
ସୋର: ନିଖୋଜ ଶିଶୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ନୀଳଗିରି: ଶନିବାର ରାତି ୮ଟା ପରେ ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶ୍ୱଳ ଗ୍ରାମର ସଙ୍ଘମିତ୍ରା ଏବଂ ଉପେନ୍ଦ୍ର ଜେନାଙ୍କ ୪ ବର୍ଷର ପୁଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଖେଳକୁଦ କରିବାକୁ ଯାଇ ଅପରାହ୍ଣରେ ନିଖୋଜ ହୋଇ ଯାଇଥିବା ପୁଅକୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆହତ ଅବସ୍ଥାରେ ଘର ନିକଟସ୍ଥ ଏକ ଠାକୁର ଘରୁ ଉଦ୍ଧାର କରିଥିଲେ। ଶିଶୁପୁତ୍ରଟିର ବେକ ଏବଂ ଡାହାଣ ଜଙ୍ଘକୁ କେହି ବ୍ଲେଡ୍‌ ଦ୍ୱାରା କାଟି ପକାଇଥିବା ସନ୍ଦେହ କରାଯାଉଛି। ଚିକିତ୍ସା ପାଇଁ ତୁରନ୍ତ ଶିଶୁଟିକୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତା’ର ଚିକିତ୍ସା ଚାଲିଛି।

ଆଜି ସକାଳେ ଏତଲା ଦିଆ ଯିବା ପରେ ନୀଳଗିରି ଥାନା ଅଧିକାରୀ ରମେଶ ସିଂ ଆସି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe