ସର୍ଟସର୍କିଟ୍‌ରୁ ବ୍ୟାଙ୍କ ଜଳିଗଲା

Advertisment
ଡାକ୍ତରଖାନା ନେବା ବାହାନାରେ ଶବ ପୋଡ଼ିଦେଲେ

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପାଇଲିପଡ଼ାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କାର୍ଯ୍ୟାଳୟରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଫଳରେ, ୧୫ଲକ୍ଷ ଟଙ୍କାରୁ ଅଧିକ ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସର୍ବଭାରତୀୟ ଧର୍ମଘଟ ଯୋଗୁଁ ଦୁଇ ଦିନ ହେଲା ବ୍ୟାଙ୍କ ବନ୍ଦ ରହିଥିଲା। ଆଜି ଭୋର୍‌ ୫ଟାରେ ବ୍ୟାଙ୍କ କୋଠା ଭିତରୁ ପ୍ରବଳ ଧୂଆଁ ବାହାରୁ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସେମାନେ ସ୍ଥାନୀୟ ଗାଙ୍ଗପୁର ଥାନା, ଅଗ୍ନିଶମ ବିଭାଗ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେଇଥିଲେ। ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ଦେଢଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ତିନିଟି କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର୍, ସମସ୍ତ ଚେୟାର ଟେବୁଲ୍‌, ପାଞ୍ଚଟି ସିସି କ୍ୟାମେରା, ସେନ୍‌ସର୍ ସମେତ ଅନ୍ୟାନ୍ୟ ଆସବାବପତ୍ର ଏଭଳି ଭାବେ ୧୫ ଲକ୍ଷ ଟଙ୍କାରୁ ଅଧିକ ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଆକଳନ କରାଯାଇଛି। ତେବେ, ଆଇରନ୍ ଲକର୍ ଯୋଗୁଁ ଗଚ୍ଛିତ ସୁନା ଓ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କରେ ସ୍ବାଭାବିକ କାରବାର ପାଇଁ ୧୫ ଦିନ ସମୟ ଲାଗିବ ବୋଲି ଶାଖା ପରିଚାଳକ ଦୀପକ ବେହେରା ସୂଚନା ଦେଇଛନ୍ତି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବ‌ାବେଳେ ବ୍ୟାଙ୍କ ଉଚ୍ଚକର୍ତ୍ତୃପକ୍ଷ ଓ ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe