ନବ ଦାସ ହତ୍ୟା ଘଟଣାରେ ମତ ରଖିଲେ ଖଣ୍ଡପଡ଼ା ବିଧାୟକ, କହିଲେ- ଜଣେ ପୁଲିସ ଗୁଳିକରି ମାରିବା ଆଶ୍ଚର୍ଯ୍ୟ ଲାଗୁଛି

Advertisment
ନବ ଦାସ ହତ୍ୟା ଘଟଣାରେ ମତ ରଖିଲେ ଖଣ୍ଡପଡ଼ା ବିଧାୟକ, କହିଲେ- ଜଣେ ପୁଲିସ ଗୁଳିକରି ମାରିବା ଆଶ୍ଚର୍ଯ୍ୟ ଲାଗୁଛି

କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ  ପଟ୍ଟନାୟକ କହିଛନ୍ତି ଯେ, ନବ ଦାସଙ୍କୁ ପୁଲିସ ଗୁଳି କରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ବିଶ୍ବାସ ହେଉନାହିଁ। ଜଣେ କ୍ଷମତାଶାଳୀ ମନ୍ତ୍ରୀଙ୍କୁ ପୁଲିସ ଏଏସ୍‌ଆଇ ଗୁଳି କରିବା ଗ୍ରହଣଯୋଗ୍ୟ ନୁହେଁ। ମୋତେ ବି ପିଏସ୍‌ଓ ମିଳିଛି। ସେ ବି ଗୋପାଳ ଦାସ ହୋଇପାରେ। ସେଥିପାଇଁ ଡର ଲାଗୁଛି। ନବ ଦାସଙ୍କୁ ହତ୍ୟା ନେଇ ମୁଁ ବି ଆଶ୍ଚର୍ଯ୍ୟ ଓ ମ୍ରିୟମାଣ‌ ହୋଇପଡ଼ିଛି। କାରଣ ଓଡ଼ିଶା ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ହରାଇଛି।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଗତକାଲି ନବ ଦାସଙ୍କ ହତ୍ୟା ଘଟଣା ଉପରେ ପୁଲିସ ଡିଜି ସୁନୀଲ ବଂଶଲଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ମଧ୍ୟ ମତ ରଖିଛନ୍ତି। ଯଦି ନବ ଦାସଙ୍କ ମୃତ୍ୟୁ କଥା ଜଗନ୍ନାଥ ଜାଣନ୍ତି। ତେବେ ପୁଲିସ ଡିଜି ଜଗନ୍ନାଥଙ୍କୁ ପଚାରି କିମ୍ବା ସ୍ୱପ୍ନରେ ଜାଣିବା ପରେ ଏହି ତମାମ ଘଟଣାର ସତ୍ୟାସତ୍ୟ ସର୍ବ ସମ୍ମୁଖ ଖରେ ରଖନ୍ତୁ। ପୁଲିସ ଅସଲ କାରଣ ଖୋଜି ତଥ୍ୟ ସାମ୍ନାକୁ ଆଣିବା ଦରକାର। ପୁଲିସ ଓ କ୍ରାଇମବ୍ରାଞ୍ଚ ଉପରେ ଭରସା ରଖିବାକୁ ହେବ। କାରଣ ସବୁ ପୁଲିସ ଖରାପ ନୁ‌ହଁନ୍ତି। ଏହି ଘଟଣାର ସତ୍ୟାସତ୍ୟ ଶୀଘ୍ର ସାମ୍ନାକୁ ଆସିବ। ପୁଲିସ ଯାହା ବି କରିଛି ତାହା ଏକ ଅପବାଦର ଦିଗ।

ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁ ପିଏସ୍‌ଓ ଫେରାଇ ଦେଇଛନ୍ତି ତାହା ବେଶ ନିନ୍ଦନୀୟ ଓ ଭୁଲ ବୋଲି କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତେବେ ପାଇଖାନା ଟାଙ୍କିରୁ ମିଳିଥିବା ହାତ ଲେଖା ଚିଠିର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe