ବଡ଼ଚଣାରେ ସୌମ୍ୟରଞ୍ଜନଙ୍କ ପ୍ରଚାର, ନବୀନଙ୍କ ରେକର୍ଡ ଆମର ଗର୍ବ

Advertisment
ବଡ଼ଚଣାରେ ସୌମ୍ୟରଞ୍ଜନଙ୍କ ପ୍ରଚାର, ନବୀନଙ୍କ ରେକର୍ଡ ଆମର ଗର୍ବ

ଚଣ୍ଡିଖୋଲ : ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିଲେ ନରେନ୍ଦ୍ର ମୋଦୀ। ଗତ ପାଞ୍ଚ ବର୍ଷ ମଧ୍ୟରେ ସେ ଦେଇଥିବା କୌଣସିଟି ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି। ଅନ୍ୟପକ୍ଷରେ, ନବୀନ ପଟ୍ଟନାୟକ ଖୁବ୍‌ କମ୍‌ କୁହନ୍ତି ସିନା ରାଜ୍ୟରେ ବିକାଶଧାରାକୁ ଦ୍ବିଗୁଣିତ କରିପାରିଛନ୍ତି। ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ସେ ଇତିହାସ ରଚନା କରିବେ। ଏହା ଆମ ଓଡିଶା ପାଇଁ ଗର୍ବ ଓ ଗୈାରବର କଥା ହେବ। ବଡ଼ଚଣା ବିଜେଡି ପ୍ରାର୍ଥୀ ଅମରପ୍ରସାଦ ଶତପଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଆଜି ବଡଚଣା ମେଲଣ ପଡ଼ିଆଠାରେ ଏକ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ବିଧାୟକ ପ୍ରାର୍ଥୀ ଶ୍ରୀ ଶତପଥୀ ସପକ୍ଷରେ ନିର୍ବାଚନ ପ୍ରଚାର କରି ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ନବୀନ ପଟ୍ଟନାୟକ ଇତିହାସ ସୃଷ୍ଟି କରିବେ। ସେହିପରି ୫ ଥର ବିଧାୟକ ହୋଇଥିବା ଶ୍ରୀ ଶତପଥୀ ଏଥର ନିର୍ବାଚନରେ ବିଜୟୀ ହେଲେ ୬ଷ୍ଠ ଥର ପାଇଁ ବିଧାୟକ ହୋଇ ରେକର୍ଡ ସୃଷ୍ଟି କରିବେ। ଏହି ଅବସରରେ ‌େସ , ବିଧାୟକ ପ୍ରାର୍ଥୀ ଶ୍ରୀ ଶତପଥୀ ଓ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ବିଜେଡି କର୍ମୀ ଓ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଶତପଥୀ ଯୋଗ ଦେଇ କହିଲେ ଯେ, ଦୀର୍ଘ ୨୫ ବର୍ଷ ଧରି ସେ ବଡଚଣା ମାଟିର ସେବା କରି ଆସୁଅଛି। ଏହି ଅତୁଟ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ସମର୍ଥନ ରହିଲେ ଷଷ୍ଠଥର ପାଇଁ ବିଜୟୀ ହୋଇ ବଡଚଣାବାସୀଙ୍କ ସେବା କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ଶତପଥୀ କହିଥିଲେ ।

ରାଜ୍ୟ ବିଜେଡି ସାଧାରଣ ସଂପାଦକ ଜନ୍ମେଜୟ ଲେଙ୍କା ଯୋଗଦେଇ ବିଜେପି ପ୍ରାର୍ଥୀ ଉପରେ ଖୁବ୍‌ ବର୍ଷିବା ସହିତ ରାଜ୍ୟପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡଚଣା ପାଇଁ ଅମର ପ୍ରସାଦ ଶତପଥୀ ଏକମାତ୍ର ବିକଳ୍ପ ବୋଲି କହିଥିଲେ। ବ୍ଳକ୍‌ ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ନିର୍ବାଚନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସଭ୍ୟ ପ୍ରହଲ୍ଲାଦ ନନ୍ଦ, ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ, ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ଜିଲ୍ଲା ପରିଷଦ ଇତିଶ୍ରୀ ସାମଲ, ଉପସଭାପତି ନିରଞ୍ଜନ ସେନାପତି, କୋଷାଧ୍ୟକ୍ଷ ମିହିର ସ୍ୱାଇଁ, ପ୍ରଚାର କମିଟି ଅଧ୍ୟକ୍ଷ ଅମର ମହାନ୍ତି, ଛାତ୍ର ବିଜେଡି ସଭାପତି ଯଚୀନ୍ଦ୍ର ନାୟକ, ବ୍ଳକ ମିସନ ଶକ୍ତି ସଭାନେତ୍ରୀ କିଛିନା ମହାପାତ୍ର, ସୁଜାତା ସାମଲ, ମନ୍ଦାକିନୀ ଜେନା, କିଶୋର ସାମଲ, ମଧୁସୂଦନ ବଳ, ସଞ୍ଜୟ କୁମାର ସ୍ୱାଇଁ, ବିଜୟ ପ୍ରଧାନ, ମନୋରଞ୍ଜନ ଜେନା, ନିହାର ରଞ୍ଜନ ମିଶ୍ର, ଦେବରାଜ ବେହେରା, ସୁମତୀ ବାସ୍କେ, ସରପଞ୍ଚ ହରପ୍ରିୟା ବରାଳ, ନିବେଦିତା ସାହୁ, ସ୍ୱର୍ଣ୍ଣରେଖା ପୃଷ୍ଟି, ସୁରେଖା ମଲି ଓ ମିହିର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭିକ ସୂଚନା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବୈକୁଣ୍ଠନାଥ ବରାଳ ଓ ପବନେଶ୍ୱର ଜେନା ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe