ନେତାଜୀଙ୍କ ପ୍ରତିମୂର୍ତ୍ତିରେ ସୌମ୍ୟରଂଜନଙ୍କ ମାଲ୍ୟାର୍ପଣ

Advertisment
ନେତାଜୀଙ୍କ ପ୍ରତିମୂର୍ତ୍ତିରେ ସୌମ୍ୟରଂଜନଙ୍କ ମାଲ୍ୟାର୍ପଣ

କଟକ : ନେତାଜୀ ଜୟନ୍ତୀ ଅବସରରେ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠରେ ‘ସମ୍ବାଦ’, ‘ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବାଦର ସଂପାଦକ, ଆମ ଓଡ଼ିଶାର ଅଧ୍ୟକ୍ଷ, ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସହିତ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜର ଉପସଭାପତି ସଂଜିତ ପଟ୍ଟନାୟକ, ମହାନଗର ଶାନ୍ତି କମିଟିର ସଂପାଦକ ଭିକାରି ଦାସ, ସମ୍ବାଦର ଏଜିଏମ (ନିଉଜ୍) କୃଷ୍ଣ ପ୍ରସାଦ ଦାସ, ମୁଖ୍ୟ ସହ ସଂପାଦକ ସଚ୍ଚିକାନ୍ତ ନାଥ, ସାମ୍ବାଦିକ ରଂଜିତ ବାନାର୍ଜୀ, ସୁଶାନ୍ତ ବିଶ୍ବାଳ, ଭୈରବ ବ୍ରହ୍ମା, ସୀମନ୍ତିକା ନନ୍ଦ, ସୁଶାନ୍ତ ସ୍ବାଇଁ, ଅଶ୍ବିନୀ ଦାସ, ଜ୍ୟୋତି ମହାପାତ୍ର, ଚିତ୍ତ ମହାନ୍ତି, ସୌମ୍ୟରଂଜନ ପାତ୍ର, ସୌଭାଗ୍ୟ ସାହୁ, ଛବିଳ ସାହୁ, ପୂର୍ବତନ କର୍ପୋରେଟର କାଞ୍ଚନ ଦାସ, ସମାଜସେବୀ ଅଶ୍ବିନୀ ମହାରଣା, ଚନ୍ଦନ ଦାସ, ସ୍ବପ୍ନ ଫାଉଣ୍ଡେସନର ସଦସ୍ୟ, ଆଇନଜୀବୀ ରାଧାରମଣ ଦାସନାୟକ, ହେମନ୍ତ ରାଟସିଂହ, ଯୋଗ ଗୁରୁ ଡକ୍ଟର ବିଲକେସ ପରବିନ୍, ଉତ୍କଳ ମହିଳା ସମିତିର ସଭାନେତ୍ରୀ ବାସନ୍ତୀ ସାହୁ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe