ଭୁବନେଶ୍ବର : ପଞ୍ଜାବ ଯିବେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସର୍ ସୌମ୍ୟା ମିଶ୍ର। କମିସନରେଟ୍ ପୁଲିସ୍ରେ ଟ୍ରାଫିକ୍ ଡିସିପି ଭାବେ କାମ କରୁଥିବା ସୌମ୍ୟା ତାଙ୍କ କ୍ୟାଡର୍ ପରିବର୍ତ୍ତନ ପାଇଁ କରିଥିବା ଆବେଦନକୁ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଏ ନେଇ ସବୁଜ ସଙ୍କେତ ଦେଇଛି। ପୂର୍ବରୁ ରାଜ୍ୟ ସରକାର ତାଙ୍କ ଆବେଦନ ମଞ୍ଜୁର କରିଥିଲେ। ତେଣୁ ସୌମ୍ୟାଙ୍କ ପଞ୍ଜାବ ଯିବା ଏବେ ନିଶ୍ଚିତ ହୋଇଯାଇଛି। ୨୦୧୪ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ର ଏହି ଆଇପିଏସ୍ ଅଫିସର୍ ଉତ୍ତରପ୍ରଦେଶ ବାସିନ୍ଦା। ୨୦୧୫ ନଭେମ୍ବର ୨୨ ତାରିଖରେ ତାଙ୍କର ବିବାହ ହୋଇଥିଲା। ସ୍ବାମୀ ଦୀପକ ପାରିକ ପଞ୍ଜାବ କ୍ୟାଡର୍ର ଅଫିସର। ସେ ଏବେ ଲୁଧିଆନାର ଅତିରିକ୍ତ ଡିସିପି ଭାବରେ କାର୍ଯ୍ୟରତ। ବିବାହକୁ ଆଧାର କରି ଆଇପିଏସ୍ ଓ ଆଇଏଏସ୍ ଅଫିସର୍ମାନେ କ୍ୟାଡର୍ ପରିବର୍ତ୍ତନ କରିପାରିବେ ବୋଲି ନିୟମ ରହିଛି। ସ୍ବାମୀ ଦୀପକ ସେଠାରେ ଅବସ୍ଥାପିତ ଥିବାରୁ ସୌମ୍ୟା ମଧ୍ୟ ସେଠାରେ ଚାକିରି କରିବା ପାଇଁ କ୍ୟାଡର୍ ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us