ବିଭିନ୍ନ ଆଳରେ ଧାନ କଟନୀ ଛଟନୀ କରାନଯାଉ: ସୌମ୍ୟରଞ୍ଜନ

Advertisment

ନୟାଗଡ଼ ଜିଲ୍ଲାସ୍ତରୀୟ ଧାନ କ୍ରୟ ବୈଠକ

ନୟାଗଡ଼ ଜିଲ୍ଲାସ୍ତରୀୟ ଧାନ କ୍ରୟ ବୈଠକ

ବିଭିନ୍ନ ଆଳରେ ଧାନ କଟନୀ ଛଟନୀ କରାନଯାଉ: ସୌମ୍ୟରଞ୍ଜନ

ନୟାଗଡ଼: ନୟାଗଡ଼ ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୪୦ ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ପଞ୍ଜିକରଣ କରିଛନ୍ତି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପଞ୍ଜିକରଣ ବଢ଼ିଥିବା ଜଣାପଡ଼ିଛି। ବୈଠକରେ ଜିଲ୍ଲାପାଳ ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଗ ନେଇ କଟନୀ ଛଟନୀ ଆଳରେ ଚାଷୀଙ୍କ ଧାନ ଓଜନ ପରିମାଣ କମ୍ କରାନଯାଉ ବୋଲି କହିଥିଲେ। ଏନେଇ ଧ୍ୟାନ ଦେବାକୁ ସେ ଜିଲ୍ଲାପାଳଙ୍କୁ କହିଥିଲେ। ଦଶପଲ୍ଲା ବିଧାୟକ ରମେଶ ବେହେରା, ପାଣି ପଞ୍ଚାୟତକୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ସିଏଏସଓ, ଏଆରସିଏସ୍ , ଜିଲ୍ଲା ପ୍ରଶାସନର ଅନ୍ୟ ପ୍ରମୁଖ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe