ସଚେତନତା ଗୀତ ଗାଇ ଚର୍ଚ୍ଚାରେ ସୌରଭ ଷଡ଼ଙ୍ଗୀ

Advertisment
ସଚେତନତା ଗୀତ ଗାଇ ଚର୍ଚ୍ଚାରେ ସୌରଭ ଷଡ଼ଙ୍ଗୀ

ସମ୍ବଲପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଜୋରଦାର୍ ପ୍ରୟାସ ଜାରି ରଖିଛନ୍ତି। କରୋନାଠାରୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ବର୍ତ୍ତମାନ ସୁଦ୍ଧା ବାହାରି ନଥିବାରୁ ସଚେତନତାକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରି ‘ବସ୍ ଚନ୍ଦ ଦିନୋ କି ବାତ୍’ ଶୀର୍ଷକରେ ଏକ ଗୀତ ୟୁଟ୍ୟୁବ୍‌ରେ ଏପ୍ରିଲ ୭ ତାରିଖରେ ରିଲିଜ୍‌ ହୋଇଛି। ଏହି ଗୀତରେ କଣ୍ଠଦାନ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସମ୍ବଲପୁରର ସୌରଭ ଷଡ଼ଙ୍ଗୀ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଗୀତଟି ତିଆରି କରିବା ପାଇଁ ୩ ରୁ ୪ ଦିନ ସମୟ ଲାଗିଥିବା ସୌରଭ କହିଛନ୍ତି।

ଉତ୍ତରାଖଣ୍ଡ ସୂଚନା ଓ ପ୍ରସାରଣ ବିଭାଗର ଡ. ଦୀପା ଯୋଶୀ ଏହି ଗୀତଟିକୁ ଲେଖିଥିବା ବେଳେ ସୌରଭଙ୍କ ସହ ତ୍ରିପୁରାର ନମଶ୍ରୀ ସିଙ୍ଘା, ମଧ୍ୟପ୍ରଦେଶର ଅଭିନିଷ୍ଠା ମିଶ୍ର ଓ ଉତ୍ତରାଖଣ୍ଡର ବୃତାନ୍ତ ସୋନି ଏଥିରେ କଣ୍ଠଦାନ କରିଛନ୍ତି। ଦିଲ୍ଲୀର କମଲ ପାଣ୍ଡେ ଏଡିଟିଂ କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଦେଶରେ ତାଲାବନ୍ଦ ଜାରି ରହିଥିବାରୁ ଏ ସମସ୍ତେ ନିଜ ନିଜ ଘରେ ରହି ହିଁ ଗୀତଟି ତିଆରି କରିଛନ୍ତି। କେବଳ ଏହି ଗୀତକୁ ନେଇ ନୁହେଁ ପୂର୍ବରୁ ନିଜ ପ୍ରତିଭା ମାଧ୍ୟମରେ ପଶ୍ଚିମଓଡ଼ିଶା ତଥା ସମ୍ବଲପୁର ପାଇଁ ଅନେକଥର ଗୌରବ ଆଣିସାରିଛନ୍ତି ସୌରଭ ଷଡ଼ଙ୍ଗୀ। ଦୂରଦର୍ଶନଠାରୁ ଆରମ୍ଭ ଏକାଧିକ ଘରୋଇ ଚ୍ୟାନେଲରେ ଗୀତ ଗାଇବା ସହ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମଧ୍ୟ ସୌରଭ ପୂର୍ବରୁ ଏକାଧିକ ଥର ପ୍ରଦର୍ଶନ କରିସାରିଛନ୍ତି। ଏହା ବ୍ୟତୀତ ସେ ଏକ ଘରୋଇ ଚ୍ୟାନେଲରେ ମ୍ୟୁଜିକ୍ ସୋ’ର ବିଜେତା ମଧ୍ୟ ହୋଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe