ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦକ୍ଷିଣ କୋରିଆ ଆଗ୍ରହୀ, ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

Advertisment
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦକ୍ଷିଣ କୋରିଆ ଆଗ୍ରହୀ, ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର: ପୋସ୍କୋ ଷ୍ଟିଲ କମ୍ପାନି ବିଫଳ ହୋଇ ଫେରିଯିବା ସତ୍ତ୍ବେ ପୁଣି ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହୀ ହୋଇଛି ଦକ୍ଷିଣ କୋରିଆ । ଆଜି ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ନେତୃତ୍ବରେ ଏକ ୯ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ବରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ଖଟାଇବାକୁ ପ୍ରସ୍ତାବ ଦେଇଛି । ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋରିଆ ଓ ଓଡ଼ିଶା ମଧ୍ୟରେ ବାଣିଜ କାରବାର, ଶିଳ୍ପ କ୍ଷେତ୍ରରେ ସହଯୋଗର ବିପୁଳ ସମ୍ଭାବନା ରହିଛି । ଓଡ଼ିଶାରେ ନିବେଶ କଲେ ସରକାର ସବୁପ୍ରକାରର ସୁବିଧା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ କହିଛନ୍ତି ଯେ କୋରିଆ ଓଡ଼ିଶାର କୃଷି, ଉଦ୍ୟାନ କୃଷି ଆଲୁମିନିୟମ୍, ମତ୍ସ୍ୟ, ବୟନ ଶିଳ୍ପ କ୍ଷେତ୍ରରେ ନିବେଶ କରିବ ।
ଏହି ସାକ୍ଷାତପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ କୋରିଆ କୃଷି, ଉଦ୍ୟାନ କୃଷି ଆଲୁମିନିୟମ୍, ମତ୍ସ୍ୟ, ବୟନ ଶିଳ୍ପ ଏବଂ ଇଲେକ୍ଟ୍ରୋନିକସ ଆଦି ଛଅଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହାଛଡ଼ା କିଆ ମୋଟର୍ସ ଏବଂ ସାମସଙ୍ଗ ଏବଂ ହୁଣ୍ଡାଇରେ ବି ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି କୋରିଆ। ଏହି ସାକ୍ଷାତପରେ କୋରିଆ ସହ ଓଡ଼ିଶାର ନୂଆ ସଂପର୍କ ସ୍ଥାପିତ ହେଲା ବୋଲି ସେ କହିଛନ୍ତି।ଏହାଦ୍ବାରା ଓଡ଼ିଶାର ବିକାଶ ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe