ଅପରାଧକୁ ବରଦାସ୍ତ କରାଯିବ ନାହିଁ: ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି

ଡ଼ିଆଇଜି ଚରଣ ସିଂ ମୀନାଙ୍କ ରାୟଗଡା ଗସ୍ତ

ଅପରାଧକୁ ବରଦାସ୍ତ କରାଯିବ ନାହିଁ: ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି

ରାୟଗଡା: ଦକ୍ଷିଣ-ପଶ୍ଚିମଞ୍ଚଳର ନୂତନ ଡ଼ିଆଇଜି ଭାବେ ଚରଣ ସିଂ ମିନା ଦାୟିତ୍ୱ ନେବା ପରେ ମଙ୍ଗଳବାର ରାୟଗଡା ଗସ୍ତରେ ଆସିଥିଲେ। ଡ଼ିଆଇଜି ଶ୍ରୀ ମିନା ଜିଲ୍ଲା ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାରେ ମାଓ ଗତିବିଧି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ସୀମାନ୍ତ ଅଂଚଳରେ ଏବଂ କିଛି ଦୁର୍ଗମ ଅଂଚଳରେ ମାଓବାଦୀଙ୍କ ଗତିବିଧି ରହିଥିବାରୁ ସେନେଇ ଗୁଇନ୍ଦା ବିଭାଗକୁ ସଚେତନ କରାଇବା ସହ କମ୍ବିଂ ଅପରେସନକୁ ଜୋରଦାର କରିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି।

ରାୟଗଡ଼ା ଜିଲ୍ଲାରେ ଲ ଆଣ୍ଡ ଅଡ଼ର କିପରି ବଜାୟ ରହିବ ସେନେଇ ଶ୍ରୀ ମୀନା ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଥିଲେ।ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ପୁଲିସ ସବୁବେଳେ ସଜାଗ ରହିଥିବା ବେଳେ ଲୋକଙ୍କ ସହଯୋଗ ରହିବା ଦରକାର ବୋଲି କୁହାଯାଇଛି।ସରକାରଙ୍କ ମୋ ସରକାର ଏବଂ ୫ଟି ଯୋଜନାରେ ଲୋକଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେବାକୁ ଶ୍ରୀ ମିନା ପରାମର୍ଶ ଦେଇଥିଲେ।ଡ଼ିଆଇଜିଙ୍କ ଗସ୍ତ ଜିଲ୍ଲା ପୁଲିସଙ୍କ ମନବଳ ବଢ଼ାଇବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe