କରୋନାରେ ସାଉଥକୋ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୁରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଘୋଷଣା

Advertisment
କରୋନାରେ ସାଉଥକୋ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୁରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଘୋଷଣା

ନବରଙ୍ଗପୁର : ନବରଙ୍ଗପୁର ସାଉଥକୋ ବିଭାଗର କର୍ମଚାରୀ ବାଲାଜୀ ପଟ୍ଟନାୟକଙ୍କ କରୋନାରେ ମୃତ୍ୟୁ ହୋଇଥିବା ଦାବି କରିବା ସହ କ୍ଷତିପୁରଣ ଦାବିରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି କର୍ମଚାରୀ । ଆଜି ଜିଲ୍ଲାର ସାଉଥକୋ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ନବରଙ୍ଗପୁର ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି l

ନବରଙ୍ଗପୁର ବିଦ୍ୟୁତ ବିଭାଗରେ ସିନିୟର କ୍ଲର୍କ ଭାବେ କାର୍ଯ୍ୟରତ ଜଣେ କର୍ମଚାରୀ ସାଉଥକୋ ପରିଚାଳନା କମିଟିର ନିର୍ଦେଶ ଅନୁସାରେ ଘରକୁ ଘର ବୁଲି ବକେୟା ବିଦ୍ୟୁତ ବିଲ ଟଙ୍କା ଆଦାୟ କରୁଥିଲେ l ଫଳରେ କିଛି ଦିନ ତଳେ ସେ ଅସୁସ୍ଥ ହେବା ସହ ବିଶାଖାପାଟନାରେ ଚିକିତ୍ସିତ ହୋଇଥିଲେ। ଗତକାଲି ସେ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିବା ସହ ଆଜି ସକାଳେ କରୋନା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସହକର୍ମୀମାନେ l ଆଜି ତାଙ୍କର ମୃତ୍ୟୁ ଖବର ପହଂଚିବା ପରେ ଜିଲ୍ଲାର ଲାଇନମ୍ୟାନ ଓ ଷ୍ଟ୍ରକ୍ଚର କଣ୍ଟ୍ରୋଲରୋ କର୍ମଚାରୀମାନେ ନବରଙ୍ଗପୁରସ୍ଥିତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ବିଭିନ୍ନ ଦାବି ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି l

ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ନବରଙ୍ଗପୁର ଶାଖା ପକ୍ଷରୁ କୁହାଯାଇଛି ଯେ, ସେ ଅସୁସ୍ଥ ଥିବା ସତ୍ତ୍ବେ ତାଙ୍କୁ ବକେୟା ଆଦାୟ ପାଇଁ ପଠାଯାଉଥିଲା। ତାଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୁରଣ ଦିଆଯାଉ ଏବଂ ତାଙ୍କ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଏହା ବାଦେ କୁହାଯାଇଛି ଯେ, ୫୦ ବର୍ଷ ପରେ କୌଣସି କର୍ମଚାରୀଙ୍କୁ ବାହାରକୁ ପଠାଯିବା ପାଇଁ ନିୟମ ନଥିବା ସତ୍ତ୍ବେ କିପରି ୫୬ ବର୍ଷର ବ୍ୟକ୍ତିଙ୍କୁ ସାଉଥକୋ ପରିଚାଳନା କମିଟି ଅର୍ଥ ଆଦାୟ ପାଇଁ ପଠାଉଥିଲେ, ତାହାର ତଦନ୍ତ ପାଇଁ ଦାବି କରିଛନ୍ତି। ଦାବି ପୁରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରହିବ ବୋଲି ରୋକଠୋକ୍‌ ଭାବେ ସଂଘ ପକ୍ଷରୁ ଜଣାଯାଇଛି। ଏ ନେଇ ସାଉଥକୋ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ କ୍ଷତିପୁରଣ ପାଇଁ ଯାହା ଗାଇଡଲାଇନ ଅଛି ସେହି ଅନୁସାରେ କ୍ଷତିପୁରଣ ଦିଆଯିବ। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe