ସାଉଥ୍‌କୋ ଷ୍ଟେନୋଙ୍କୁ ୩ ବର୍ଷ ସଶ୍ରମ ଜେଲ୍‌ଦଣ୍ଡ

ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଫୁଲବାଣୀ : ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨୦୧୯ର ଏକ ଲାଞ୍ଚ ମାମଲାର ବିଚାର କରି ତତ୍କାଳୀନ ସାଉଥ୍‌କୋ ଡିଭିଜନ୍‌ର ଷ୍ଟେନୋ ମନ୍ମଥ କୁମାର ଗଡ଼ନାୟକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ଗଡ଼ନାୟକ ଗତ ୨୦୧୯ ମାର୍ଚ୍ଚ ୧୮ ତାରିଖରେ ବୌଦ୍ଧ ଥାନା ଅନ୍ତର୍ଗତ ଗିରିସିଙ୍ଗ ଗ୍ରାମର ସତ୍ୟବାନ ପ୍ରଧାନଙ୍କଠାରୁ ବିଲ୍‌ ସଂଶୋଧନ କାମ ବାବଦରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସତ୍ୟବାନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ତେବେ ଶ୍ରୀ ଗଡ଼ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ଉ କରି ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe