ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ: ୩ ବର୍ଷରେ ୪୬ ମାମଲା ରେଡ୍‌ ଫ୍ଲାଗ୍‌ ତାଲିକାଭୁକ୍ତ

Advertisment

ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ ଅପରାଧ ମାମଲାରେ ତଦନ୍ତର ସବୁ ଦିଗ ପ୍ରତି ଗୁରୁତ୍ବ ଦିଆଯାଏ। ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏଭଳି ନିୟମ ପ୍ରଣୟନ କରାଯାଇଛି।

ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ ଅପରାଧ ମାମଲାରେ ତଦନ୍ତର ସବୁ ଦିଗ ପ୍ରତି ଗୁରୁତ୍ବ ଦିଆଯାଏ। ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏଭଳି ନିୟମ ପ୍ରଣୟନ କରାଯାଇଛି।

hffhvvb

ବ୍ରହ୍ମପୁର: ଅତ୍ୟନ୍ତ ଜଟିଳ ଓ ସମ୍ବେଦନଶୀଳ ଅପରାଧ ମାମଲାରେ ତଦନ୍ତର ସବୁ ଦିଗ ପ୍ରତି ଗୁରୁତ୍ବ ଦିଆଯାଏ। ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏଭଳି ନିୟମ ପ୍ରଣୟନ କରାଯାଇଛି। ବିଶେଷ କରି ମହିଳା ବିରୋଧୀ ହିଂସା ତଥା ଅତ୍ୟନ୍ତ ସମ୍ବେଦଶୀଳ ମାମଲାଗୁଡ଼ିକୁ ‘ରେଡ୍‌ ଓ ଅରେଞ୍ଜ ଫ୍ଲାଗ୍‌’ ତାଲିକାଭୁକ୍ତ କରି ତଦନ୍ତ ପ୍ରକ୍ରିୟା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଥାଏ। ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୫ଟି ପୁଲିସ ଜିଲ୍ଲାରେ ଗତ ୩ ବର୍ଷ ମଧ୍ୟରେ ୪୬ଟି ମାମଲାକୁ ରେଡ୍‌ ଫ୍ଲାଗ୍‌ ଏବଂ ୫୧ଟି ସମ୍ବେଦନଶୀଳ ହତ୍ୟା ମାମଲାକୁ ଅରେଞ୍ଜ ଫ୍ଲାଗ୍‌ ତାଲିକାଭୁକ୍ତ କରାଯାଇଛି। 

ଗଞ୍ଜାମରେ ସର୍ବାଧିକ ୧୭
ଅରେଞ୍ଜ ଫ୍ଲାଗ୍‌ ତାଲିକାରେ ୫୧ ହତ୍ୟା ମାମଲା

ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅଧୀନରେ ୫ଟି ପୁଲିସ ଜିଲ୍ଲା ରହିଛି। ସେଗୁଡ଼ିକ ହେଲା ଗଞ୍ଜାମ, ବ୍ରହ୍ମପୁର, କନ୍ଧମାଳ, ଗଜପତି ଓ ବୌଦ୍ଧ ପୁଲିସ ଜିଲ୍ଲା। ତନ୍ମଧ୍ୟରୁ ଅଧିକ ସମ୍ବେଦନଶୀଳ ପୁଲିସ ଜିଲ୍ଲା ହେଉଛି ଗଞ୍ଜାମ। ଏହି ଜିଲ୍ଲାରେ ଅଧିକ ରେଡ୍‌ ଫ୍ଲାଗ୍‌ ମାମଲା ମଧ୍ୟ ରହିଛି। ଗତ ୨୦୨୨ରୁ ୨୦୨୪ ମଧ୍ୟରେ ମୋଟ ୧୭ଟି ସମ୍ବେଦନଶୀଳ ମାମଲାକୁ ରେଡ୍‌ ଫ୍ଲାଗ୍‌ ଟ୍ୟାଗ୍‌ ମିଳିଛି। ତନ୍ମଧ୍ୟରେ ମହିଳା ବିରୋଧୀ ହିଂସା, ନାବାଳିକା ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍‌ ମାଡ଼ ଭଳି ମାମଲା ରହିଛି। ଏହି ସବୁ ମାମଲାର ତଦନ୍ତଠାରୁ ଆରମ୍ଭ କରି ଦଣ୍ଡବିଧାନ ପର୍ଯ୍ୟନ୍ତ ସବୁ କିଛି କ୍ରାଇମ୍‌ବ୍ରାଞ୍ଚର ନଜର‌ରେ ରହିଥାଏ। ଗତ ତିନିବର୍ଷ ମଧ୍ୟରେ କନ୍ଧମାଳ ପୁଲିସ ଜିଲ୍ଲାରେ ୧୧ଟି ରେଡ୍‌ ଫ୍ଲାଗ୍‌ ମାମଲା ରହିଥିବା ବେଳେ ବ୍ରହ୍ମପୁରରେ ୯, ଗଜପତିରେ ୮ ଓ ବୌଦ୍ଧ ପୁଲିସ ଜିଲ୍ଲାରେ ଗୋଟିଏ ମାମଲା ରହିଛି। ରେକର୍ଡ ଅନୁସାରେ ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍‌ରେ ଗତ ୨୦୨୨ରେ ୫ଟି ପୁଲିସ ଜିଲ୍ଲାର ୧୧ଟି ମାମଲାକୁ ରେଡ୍‌ ଫ୍ଲାଗ୍ ଘୋଷଣା କରାଯାଇଥିବା ବେଳେ ୨୦୨୩ରେ ୧୫ ଓ ୨୦୨୪ରେ ୨୦ଟି ମାମଲାକୁ ରେଡ୍‌ ଫ୍ଲାଗ୍‌ ଘୋଷଣା କରାଯାଇଛି। ନିକଟରେ ଛତ୍ରପୁର ଥାନା ଇଲାକାରେ ଗତ ଜାନୁଆରି ମାସରେ ଜନୈକା ନାବାଳିକାଙ୍କ ସହିତ ହୋଇଥିବା ଦୁଷ୍କର୍ମ ମାମଲାକୁ ରେଡ୍‌ ଫ୍ଲାଗ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରାଯାଉଛି।

ସେହିପରି ଦକ୍ଷିଣାଞ୍ଚଳ ରେଞ୍ଜ ଅନ୍ତର୍ଗତ ୫ଟି ପୁଲିସ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ୫୧ଟି ହତ୍ୟା ମାମଲାକୁ ଅରେଞ୍ଜ ଫ୍ଲାଗ୍‌ ଟ୍ୟାଗ୍‌ ମିଳିଛି। ଦକ୍ଷିଣାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ତରଫରୁ ଏହି ମାମଲାକୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯାଉଛି। ସ୍ଥାନୀୟ ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ରେଞ୍ଜ କାର୍ଯ୍ୟାଳୟ ତରଫରୁ ଏହାର ପ୍ରତ୍ୟେକ ଦିଗକୁ ଅନୁଧ୍ୟାନ କରି ତଦାରଖ କରାଯାଉଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ୧୭ଟି ହତ୍ୟା ମାମଲାକୁ ଅରେଞ୍ଜ ଫ୍ଲାଗ୍‌ ଘୋଷଣା କରାଯାଇଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାର ୧୩ଟି ମାମଲା, କନ୍ଧମାଳ ଜିଲ୍ଲାର ୮ଟି ମାମଲା, ଗଜପତି ଜିଲ୍ଲାର ୭ଟି ଓ ବୌଦ୍ଧ ଜିଲ୍ଲାର ୬ଟି ମାମଲାକୁ ଅରେଞ୍ଜ ଫ୍ଲାଗ୍‌ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe