ସିବିଆଇ ତଦନ୍ତ ଦାବିରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ଇମ୍ଫାର କୋଟି କୋଟି ଟଙ୍କା ଋଣ ଛାଡ଼ ଘଟଣା

ସିବିଆଇ ତଦନ୍ତ ଦାବିରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ୱର : ଇମ୍ଫାର କୋଟି କୋଟି ଟଙ୍କା ଋଣ ଛାଡ଼କୁ ନେଇ ଆଜି ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ବହୁ କର୍ମୀ ଏକ ଶୋଭାଯାତ୍ରାରେ ଆସି ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାର ସହ ସ୍କାମ୍‌ର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସରକାର କୃଷକମାନଙ୍କର ଋଣ ଛାଡ଼ ପାଇଁ ନିଜର ଅସାମର୍ଥ୍ୟ ପ୍ରକାଶ କରୁଥିଲା ବେଳେ ଇମ୍ଫା କମ୍ପାନିର ୨୩୦୦ କୋଟି ଟଙ୍କା ଛାଡ଼ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଂଗଠନ ଦୃଢ଼ ଦାବି କରିଛି। ଯଦି ଏହା କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ବିକ୍ଷୋଭରେ ସଂଗଠନର ସମ୍ପାଦକ ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ଯୁବନେତା ସଂଜୟ ନାୟକ, ସୁବ୍ରତ ଲେଙ୍କା, ପ୍ରଦୀପ ମିଶ୍ର ଓ ମହିଳା ଶାଖା ସଭାନେତ୍ରୀ ରଂଜିତା କାନୁନ୍‌ଗୋ, ସମ୍ପାଦିକା ନିରୂପମା ଦାସ, ନାରୀନେତ୍ରୀ ସାବିତ୍ରୀ ବେହେରା, ଦୀପଦାସ ଯାଦବଙ୍କ ସମେତ ବହୁକର୍ମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ସମ୍ପର୍କରେ ଇମ୍ଫା ପକ୍ଷରୁ କୁହାଯାଇଛି ଯେ, ଲୁହା ଏବଂ ଇସ୍ପାତ କ୍ଷେତ୍ରର ବିଭିନ୍ନ କଂପାନି ଭଳି ୨୦୦୩ରେ ଆଇସିସିଏଲ୍‌ର ଋଣର ପୁନର୍ଗଠନ (ରିଷ୍ଟ୍ରକଚରିଂ) ହୋଇଥିଲା। ଏ ବିଷୟରେ ୨୦୦୭ରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ମଧ୍ୟ ହାଇକୋର୍ଟ ଖାରଜ କରିଦେଇଥିଲେ ବୋଲି ଇମ୍ଫା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe