ପୁରୀ ହାଜତ ମୃତ୍ୟୁ ପାଇଁ ଏସ୍‌ପି ଦାୟୀ: ବିରୋଧୀ ଦଳ ନେତା

Advertisment

୩୦୨ ଦଫାରେ ମାମଲା ଦରଜ, ମୃତକଙ୍କ ପରିବାରୁ ୧ କୋଟି କ୍ଷତିପୂରଣ ପାଇଁ ଦାବି

୩୦୨ ଦଫାରେ ମାମଲା ଦରଜ, ମୃତକଙ୍କ ପରିବାରୁ ୧ କୋଟି କ୍ଷତିପୂରଣ ପାଇଁ ଦାବି

ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

News18.com

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ନୁହଁ ଏକା ଦିନକେ ଦୁଇଟା ହାଜତ ମୃତ୍ୟୁ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଚୁପ୍‌। ଶୀତ ଅଧିବେଶନ ଆରମ୍ଭ ଦିନରୁ ହିଁ ଏହି ପ୍ରସଙ୍ଗରେ ବିଜେପି ଗୃହରେ ହଙ୍ଗମା କରିଥିବାବେଳେ ଗୃହ ବାହାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ବିଶେଷକରି ପୁରୀ ହାଜତ ମୃତ୍ୟୁ ଘଟଣାରେ ଜିଲ୍ଲା ଏସ୍‌ପିଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହିତ ତାଙ୍କ ବିରୋଧରେ ୩୨୦ ଦଫାରେ ମାମଲା ଦରଜ କରିବା ସହିତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ସେ ଦାବି କରିଛନ୍ତି। ଏହାସହିତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ସ୍ବତନ୍ତ୍ର ଆଲୋଚନା କରିବାକୁ ଗୃହରେ ବିଜେପି ଦାବି କରିଥିଲେ ବି ବାଚସ୍ପତି କାହିଁକି ଗ୍ରହଣ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ନାଏକ ଅଭିଯୋଗ କରିଛନ୍ତି, ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶରେ ଜଣେ ଯୁବକକୁ ପୁଲିସ ହାଜତରେ ପିଟିପିଟି ମାରି ଦେଇଛି। ଏପରିକି ଏହି ମାଡ଼ ଘଟଣାକୁ ଦେଖିଥିବା ଅନ୍ୟ ଅଭିଯୁକ୍ତମାନେ କାଳେ କାହାକୁ କହିଦେବେ, ସେମାନଙ୍କୁ ଜିଲ୍ଲା ପୁଲିସ ବ୍ରହ୍ମଗିରିର ଥାନା ହାଜତକୁ ସ୍ଥାନାନ୍ତର କରିଦେଇଛି। ଏପରିକି ଯୁବକ ଜଣକ ମରିଯିବା ପରେ ଶବ ବ୍ୟବଚ୍ଛେଦ କରି ଶବକୁ ତାର ବାପା ମା'ଙ୍କୁ ପୁଲିସ ହସ୍ତାନ୍ତର ନକରି ପୋଡ଼ିଦେଇଛନ୍ତି। ଏହି ଘଟଣାରେ ଥାନା ଅଧିକାରୀଙ୍କ ସମେତ ଯେତେ ପୁଲିସ କର୍ମୀ ଲିପ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି।

ସେ ଆହୁରି ବି ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମଞ୍ଜୁର ପାଇଁ କଳାହାଣ୍ଡିରେ ଜନୈକ ମହିଳାଙ୍କୁ ଶାରିରୀକ ସମ୍ପର୍କ ପାଇଁ ସରପଞ୍ଚ କହିବା ପ୍ରମାଣିତ କରୁଛି ରାଜ୍ୟରେ ନାରୀମାନଙ୍କ ପ୍ରତି କେତେ ସମ୍ମାନ ରହିଛି। ସେହିପରି ଦିନ ଦ୍ବିପହରେ କଟକ ଓ ବଲାଙ୍ଗୀରରେ ଲୁଟ ଓ ଡକାୟତି ଚାଲିଛି। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ଆଉ ଆଇନଶୃଙ୍ଖଳା ଠିକ୍‌ ଚାଲିନାହିଁ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୃହରେ ତାଙ୍କ ଆଡ଼ୁ ବିବୃତି ଦେବେ ବୋଲି ବିରୋଧୀ ଆଶା ରଖିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ଦିଗରେ କଛି ବି ଗୃହକୁ ଜଣାଉନାହାନ୍ତି। ଯେଉଁଥିପାଇଁ ବାଧ୍ୟ ହୋଇ ବିରୋଧୀ ଗୃହରେ ନାରାବାଜି କରିଛନ୍ତି ବୋଲି ଶ୍ରୀ ନାଏକ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe