ବାରିପଦା ଟାଉନ ଥାନାରେ ସହିଦଙ୍କ ଫଟୋଚିତ୍ର ଉନ୍ମୋଚନ କଲେ ଏସପି

Advertisment
ବାରିପଦା ଟାଉନ ଥାନାରେ ସହିଦଙ୍କ ଫଟୋଚିତ୍ର ଉନ୍ମୋଚନ କଲେ ଏସପି

ବାରିପଦା : ବାରିପଦା ଟାଉନ ଥାନା ପରିସରରେ ଆଜି ୨୦୦୯ ଅକ୍ଟୋବର ୧୩ରେ ମାଓବାଦୀଙ୍କ ଗୁଳିର ସାମ୍ନା କରିବାକୁ ଯାଇ ସହିଦ ହୋଇଥିବା ଚାନ୍ଦୁଆ ଥାନା ଏଏସ୍ଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗମ୍ଭା ହେମ୍ବ୍ରମ ଫଟୋଚିତ୍ରକୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଦାମ ଚରଣ ସାହୁ, ବାରିପଦା ସଦର ଏସଡ଼ିପିଓକେ କେ. କେ. ହରିପ୍ରଦାସ ଓ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ପ୍ରମୁଖଙ୍କ ସମେତ ଥାନାର ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି ସହିଦଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

publive-image

ସୂଚନା ଯୋଗ୍ୟ ଯେ, ଓଡ଼ିଶାର ସମସ୍ତ ଥାନାରେ ନିଜ ନିଜ ଅଞ୍ଚଳରେ ସହିଦ ହୋଇଥିବା ପୁଲିସ କର୍ମଚାରୀମାନଙ୍କ ଫଟୋଚିତ୍ର ଉନ୍ମୋଚନ କରାଇବା ନିମନ୍ତେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାରିପଦା ଟାଉନ ଥାନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଥାନାଗୁଡ଼ିକରେ ମଧ୍ୟ ଆଜି ସହିଦମାନଙ୍କ ଫଟୋଚିତ୍ରକୁ ଉନ୍ମୋଚନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe