ରାଜ୍ୟରେ ଶକ୍ତି ସଙ୍କଟ ନେଇ ବିଧାନସଭା କମିଟିର ବୈଠକ: ବିଦ୍ୟୁତ୍ କାଟ ଉପରେ ଆଲୋଚନା

ସବୁରି ପ୍ରିୟ ଥିଲେ ‘ଆନ୍ନା’: ବିଧାନସଭା ନିର୍ବାଚନରେ କେବେ ହାରି ନଥିଲେ

Twitter

ଭୁବନେଶ୍ବର: ରାଜ୍ୟରେ ଶକ୍ତି ସଙ୍କଟ ନେଇ ବିଧାନସଭା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟୁତ୍ କାଟ ଉପରେ ଆଲୋଚନା ହୋଇଛି। ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ପାତ୍ର କହିଛନ୍ତି, ଦୁଇ କମ୍ପାନିର ଚୁକ୍ତି ଅନୁସାରେ ପାୱାର ନ ଦେଇ ହାଇକୋର୍ଟରୁ ରହିତାଦେଶ ଆଣିଥିଲେ।

ପରବର୍ତ୍ତୀ ମୁହୂର୍ତ୍ତରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାୱାର ଦେବାକୁ ରାଜି ହୋଇଛନ୍ତି। ତେଣୁ ବିଦ୍ୟୁତ୍ ସଙ୍କଟ ସାମୟିକ ସମସ୍ୟା ଥିଲା। ଦର୍ଲିପାଲି ୟୁନିଟ ଯୋଗୁଁ ବି ସମସ୍ୟା ଉପୁଜିଥିଲା। କିନ୍ତୁ ଶକ୍ତି କ୍ଷେତ୍ରରେ ଏବେ ବି ଓଡ଼ିଶା ବଳକା ରାଜ୍ୟ। ୩୩/୧୧ କେଭି ସଂଯୋଗକୁ ତଦାରଖ ପାଇଁ ସିଷ୍ଟମ ଥିଲେ ବି ୩୩/୧୧ ତଳକୁ ସଂଯୋଗର ତଦାରଖ ପାଇଁ ଡିଭାଇସ ନାହିଁ। ଯାହା ଫଳରେ ଗାଁ ଗହଳିରେ ଶକ୍ତି ସମସ୍ୟା ମନିଟର କରିବାକୁ ସମସ୍ୟା ଉପୁଜିଛି। ଏଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସଙ୍କଟ ସାମୟିକ ଭାବେ ଥିଲେ ବି ଭବିଷ୍ୟତରେ କିପରି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଛି। ସମସ୍ୟାର ତଦାରଖ ପାଇ ୪ଟି ସବ କମିଟି କରାଯାଇଛି। କମିଟି ବିଭିନ୍ନ ସ୍ଥାନ ପରିଦର୍ଶନ କରି ରିପୋର୍ଟ ଦେବ। ବୈଠକରେ କମିଟି ସଦସ୍ୟଙ୍କ ସହ ଶକ୍ତିମନ୍ତ୍ରୀ, ସଚିବ, ଟାଟା କମ୍ପାନିର ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe