ଗୃହରେ ସୁସ୍ଥ ଗଣତାନ୍ତ୍ରିକ ପରଂପରାର ଉଦାହରଣ ସୃଷ୍ଟି କଲେ ବାଚସ୍ପତି, ବିରୋଧୀ ଦଳ ନେତାଙ୍କୁ କହିଲେ ‘ମୁଁ ଦୁଃଖିତ’

ଗୃହରେ ସୁସ୍ଥ ଗଣତାନ୍ତ୍ରିକ ପରଂପରାର ଉଦାହରଣ ସୃଷ୍ଟି କଲେ ବାଚସ୍ପତି, ବିରୋଧୀ ଦଳ ନେତାଙ୍କୁ କହିଲେ ‘ମୁଁ ଦୁଃଖିତ’

ଭୁବନେଶ୍ବର: ବିଧାନସଭାରେ ସୁସ୍ଥ ଗଣତାନ୍ତ୍ରିକ ପରଂପରାର  ଉଦାହରଣ ସୃଷ୍ଟି କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ଆଜି ସେ ଗୃହରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ‘ଦୁଃଖିତ’ ବୋଲି କହିଛନ୍ତି। ଗତକାଲି ସେ ବିରୋଧୀ ଦଳ ନେତାଙ୍କ କଥା ଠିକ୍ ଭାବେ ବୁଝି ପାରିନଥିଲେ ବୋଲି ମନ୍ତବ୍ୟ ରଖିଛନ୍ତି ବାଚସ୍ପତି ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଧାନସଭାରେ ସ୍ମିତାରାଣୀ ପ୍ରସଙ୍ଗରେ କହିବା କ୍ଷଣି ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ବିରୋଧୀ ଦଳ ନେତା କହିଥିଲେ- ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ସଂପର୍କରେ ସମସ୍ତଙ୍କର ଜାଣିବା ଅଧିକାର ଅଛି, ଯଦି ସେ ଆତ୍ମହତ୍ୟା କରିଥିଲେ, ରୂପେଶ ପୁଲିସକୁ କାହିଁକି ଖବର ଦେଲେନି, କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନେଇଥିଲେ, ଫଟୋ କାହିଁକି ଉଠାଇଲେନି ବୋଲି ସେ ପ୍ରଶ୍ନ କରିଥିଲେ। ତେବେ ଏହାପରେ ତାଙ୍କୁ ଅଧିକ ଆଲୋଚନା କରିବାର ସୁଯୋଗ ନ ଦେଇ ବାଚସ୍ପତି ଗୃହକୁ ମୁଲତବୀ କରି ଦେଇଥିଲେ।

ଏହାକୁ ନେଇ ବିରୋଧୀ ଦଳ ନେତା କ୍ଷୁବ୍ଧ ହୋଇ ଗୃହ ଚଳାଇ ଦେବେନି କହିଥିଲେ। ଗତକାଲିର ଏହି ଘଟଣାକୁ ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦୁଃଖ ପ୍ରକାଶ କରି ‘ସରି’ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe