ଆମେ ନିଜେ କିଛି ରଖିବା ଓ ଆମର ଉତ୍ତରପୀଢ଼ିଙ୍କ ପାଇଁ କିଛି ରଖିଯିବା

Advertisment

‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂର୍ଣ୍ଣ ସମ୍ମାନ ଜଣାଇ ନିଜର ଅଭିଭାଷଣ ଆରମ୍ଭ କଲେ ବାଚସ୍ପତି ସୁରମା ପାଢ଼ୀ।

Updated On

‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂର୍ଣ୍ଣ ସମ୍ମାନ ଜଣାଇ ନିଜର ଅଭିଭାଷଣ ଆରମ୍ଭ କଲେ ବାଚସ୍ପତି ସୁରମା ପାଢ଼ୀ।

ଅଦ୍ୟତନ ହୋଇଛି
Surama padhi

ଭୁବନେଶ୍ବର: ଆଜି  ସକାଳ ୧୦.୪୫ରୁ ଉଦ୍‌ଘାଟନ ହୋଇଯାଇଛି ସମ୍ବାଦର ତିନିଦିନିଆ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ‌ ଲଗାତର ୩ ଦିନ ଧରି ଭୁବନେଶ୍ବରରେ ହେବ। ଏହାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଛନ୍ତି।

ସୁରମା ପାଢ଼ୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ତାଙ୍କ ଅଭିଭାଷଣରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂର୍ଣ୍ଣ ସମ୍ମାନ ଜଣାଇଛନ୍ତି। ତାହା ସହ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିବା ଅତିଥି ବୃନ୍ଦଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ସେ ଅଭିବାଦନ ଦେଇ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। 

ସୁରମା ପାଢ଼ୀ କହିଛନ୍ତି କି ‘‘ଗ୍ରାମରୁ ସହରାଞ୍ଚଳ, ସହରାଞ୍ଚଳର ପରିବୃଦ୍ଧି, ସହରାଞ୍ଚଳର ପରିବୃଦ୍ଧି ସହିତ ଜଙ୍ଗଲର ବିନାଶ, ନଦନଦୀ ପ୍ରଦୂଷିତ ହୋଇଥାଏ। ତାହା ସହିତ ଜୀବନଯାପନ ପାଇଁ ଶିଳ୍ପ ପ୍ରତିଷ୍ଠା ଆଦି ସବୁକିଛି ଜରୁରୀ। ମାତ୍ର ତାହ ସହିତ ଆମକୁ ପରିବେଶ ପ୍ରତି ନିଜର ଦାୟିତ୍ବକୁ ତୁଲାଇବାକୁ ପଡ଼ିବ। ଆମକୁ ମନେରଖିବାକୁ ହେବ ଯେ ଆମେ ସମେସ୍ତ ଈଶ୍ବରଙ୍କର ଏକ ଅଂଶ ଓ ଈଶ୍ବର ଆମକୁ କିଛି ଉଦ୍ଦେଶ୍ୟ ରଖି ସମାଜକୁ ପଠାଇଛନ୍ତି। ଆମେ ନିଜେ କିଛି ରଖିବା ଓ ଆମର ଉତ୍ତରପୀଢ଼ିଙ୍କ ପାଇଁ କିଛି ରଖିଯିବା। ‌ଆମର ଅନ୍ୟ ପାଇଁ କିଛି କର୍ତ୍ତବ୍ୟ ରହିଛି ଏକଥାକୁ ଚିନ୍ତା କରି ଆମେ ବିଶ୍ବର ତାପ କମାଇବାରେ ସହଯୋଗୀ ହେବା ଓ ସହଭାଗୀ ହେବା।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe