୭୯ ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀ ଉଦ୍‌ଯାପିତ : ଦଳବଦଳ ନିରୋଧ ଆଇନ କାର୍ଯ୍ୟକାରୀ ବେଳେ ବାଚସ୍ପତିମାନେ ନିରପେକ୍ଷ ରହିବା ଆବଶ୍ୟକ

Advertisment
୭୯ ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀ ଉଦ୍‌ଯାପିତ : ଦଳବଦଳ ନିରୋଧ ଆଇନ କାର୍ଯ୍ୟକାରୀ ବେଳେ ବାଚସ୍ପତିମାନେ ନିରପେକ୍ଷ ରହିବା ଆବଶ୍ୟକ

ଭୁବନେଶ୍ବର : ଦଳବଦଳ ନିରୋଧ ଆଇନ କାର୍ଯ୍ୟକାରୀ କରିବାବେଳେ ସଂସଦ ଓ ବିଧାନସଭାର ବାଚସ୍ପତିମାନେ ନିରପେକ୍ଷ ରହିବା ଆବଶ୍ୟକ। ଯାହାଦ୍ବାରା ନ୍ୟାୟପାଳିକା ଏ ଦିଗରେ ପ୍ରଶ୍ନ ଉଠାଇପାରିବେ ନାହିଁ। ଆଜି ଉତ୍ତରାଖଣ୍ଡର ଡେରାଡୁନରେ ଅନୁଷ୍ଠିତ ୭୯ ତମ ଅଖିଳ ଭାରତୀୟ ବାଚସ୍ପତି ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଏପରି ମତ ପ୍ରକାଶ ପାଇଛି। ସମ୍ବିଧାନର ଦଶମ ଅନୁସୂଚୀ ଓ ବାଚସ୍ପତିଙ୍କ ଭୂମିକା ଶୀର୍ଷକ ଆଲୋଚନାରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ଉପବାଚସ୍ପତି ରଜନୀକାନ୍ତ ସିଂହ ସେମାନଙ୍କର ମତ ଉପସ୍ଥାପନ କରିଥିଲେ।

ବାଚସ୍ପତି ସମ୍ମିଳନୀର ଦ୍ବିତୀୟ ତଥା ଅନ୍ତିମ ଦିବସରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଧ୍ୟକ୍ଷତା କରି କହିଥିଲେ, ସଂସଦ ଓ ବିଧାନସଭାର ବାଚସ୍ପତିମାନେ ସମୟୋଚିତ ନିଷ୍ପତ୍ତି ନେଇ ନିର୍ବାବଦୀୟ ରହିବା ଉଚିତ। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଓ ସଚିବମାନେ ଯୋଗଦେଇ ବାଚସ୍ପତିଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ସହିତ ଅଂଶଗ୍ରହଣକାରୀ ଓ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ମାଧ୍ୟମରେ ମତ ବିନିମୟ ହୋଇଥିଲା।

ସମ୍ମିଳନୀ ସମାପ୍ତ ହେବା ପରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନେ ଉତ୍ତରାଖଣ୍ଡ ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରଵାଲଙ୍କ ଦ୍ବାରା ଆୟୋଜିତ ଆଟ ହୋମ୍ ପାର୍ଟିରେ ଯୋଗ ଦେଇଥିଲେ। ଆସନ୍ତାକାଲି ସେମାନେ ମଶୌରୀ ଓ ହରିଦ୍ବାର ଭ୍ରମଣରେ ଯିବେ। ଓଡ଼ିଶା ପ୍ରତିନିଧିଦଳରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ପ୍ରଶାନ୍ତ କୁମାର ଦାସ ଓ ଗବେଷଣା ଅଧିକାରୀ ରଣଧୀର ରାୟ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe