ଜେଇଇ ଓ ନିଟ୍‌ ପରୀକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବ ବିଏମ୍‌ସି

Advertisment
ଜେଇଇ ଓ ନିଟ୍‌ ପରୀକ୍ଷା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବ ବିଏମ୍‌ସି

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ସେପ୍ଟେମ୍ବର ୧ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଅନୁଷ୍ଠିତ ହେବ। ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହରରେ ପ୍ରାୟ ୩୭ ହଜାର ପ୍ରାର୍ଥୀ ଏହି ପରୀକ୍ଷା ଦେବେ। କିନ୍ତୁ କରୋନା ଭାଇରସ୍‌ ମହାମାରୀ ଲାଗି ରାଜ୍ୟ ସରକାରଙ୍କୁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିଛି। ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଠିକ ଭାବରେ ପହଂଚିବା ଲାଗି ଭୁବନେଶ୍ୱର ମହାନଗର ନିଗମ ଓ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ପରୀକ୍ଷା କେନ୍ଦ୍ର ଭିତରେ, ବାହାରେ ଓ ଟ୍ରାଫିକ ପାଇଁ ପୁଲିସ ମୁତୟନ ରହିବେ। ପରୀକ୍ଷା କେନ୍ଦ୍ର ବାହାରେ ଅଟୋ ରହିବ।

ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର ଓ ପିଲାମାନେ ରହିବା ଲାଗି ୮ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ଯେଉଁ ସ୍ଥାନରେ ପିଲାମାନେ ରହିବେ, ସେଠି ସ୍ୱତନ୍ତ୍ର କୋଭିଡ ନିରୀକ୍ଷକ ରହିବେ। ପିଲାମାନଙ୍କର ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା ହେବ। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସାନିଟାଇଜିଂ ବ୍ୟବସ୍ଥା କରାଯିବ। ପରୀକ୍ଷା କେନ୍ଦ୍ରରେ ଭିଡ଼ ନ କରିବା ପାଇଁ ମାଇକରେ ଲୋକମାନଙ୍କୁ ସଚେତନ କରାଯିବ।

ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଯେ, ଜେଇଇ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ଲାଗି ଗଂଜାମ ଜିଲ୍ଲା ପ୍ରଶସନ ବସ୍‌ ପରିଚାଳନା କରିବ। ବ୍ରହ୍ମପୁର ଆଇଟିଆଇରୁ ଆସନ୍ତାକାଲି ଦିନ ସାଢ଼େ ୧୨ଟାରେ ବସ୍‌ ଆସିବ। ଏହି ବସ୍‌ରେ ପିଲାମାନେ ବସିବେ। ଯେଉଁ ପିଲାମାନେ ଏହି ବସ୍‌ରେ ଆସିବାକୁ ଇଚ୍ଛୁକ, ସେମାନେ ନୋଡାଲ ଅଧିକାରୀ (ମୋବାଇଲ ନମ୍ବର- ୦୯୪୩୮୨୯୩୯୦୯)ଙ୍କୁ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe