ବୁର୍ଲାରେ ସୁନ୍ଦରଗଡ଼ ଜିଲ୍ଲା ରୋଗୀଙ୍କ ପରିଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

Advertisment
ବୁର୍ଲାରେ ସୁନ୍ଦରଗଡ଼ ଜିଲ୍ଲା ରୋଗୀଙ୍କ ପରିଜନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

image source--new indian express

ବୁର୍ଲା : ପଶ୍ଚିମ ଓଡ଼ିଶାର ଜୀବନ ରେଖା ବୁର୍ଲା ଭିମସାର୍। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଏଠାକୁ ଆସିଥାନ୍ତି। ତେବେ, ସୁନ୍ଦରଗଡ଼ ଜିଲ୍ଲା ପିଏଚ୍‌ଓର ଜିଲ୍ଲା ପ୍ରକଳ୍ପ ଅନୁଯାୟୀ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ନିର୍ଦ୍ଦେଶରେ ଏଣିକି ଭିମ୍‌ସାର୍‌କୁ ସୁନ୍ଦରଗଡ଼ ଜିଲ୍ଲାରୁ ଆସୁଥିବା ରୋଗୀମାନଙ୍କ ପରିଜନଙ୍କ ପାଇଁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି ବୋଲି କାର୍ଯ୍ୟକ୍ରମ ସଂଯୋଜକ ବାବୁନି ସାମଲ ସୂଚନା ଦେଇଛନ୍ତି।

ଏହି ରୋଗୀ ପରିଜନଙ୍କ ଆଶ୍ରୟସ୍ଥଳୀ ବୁର୍ଲା ସହରର ମଝିପାଲି ଅଞ୍ଚଳର ଏକ ଦୁଇ ମହଲା ବିଶିଷ୍ଟ କୋଠାଘରେ ବ୍ୟବସ୍ଥା କରାଯାଇଛି। ଏଠାରେ ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ରୋଗୀ ପରିଜନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ରହିଛି। ସୁନ୍ଦରଗଡ଼ ଜିଲ୍ଲାରୁ ଆସୁଥିବା ରୋଗୀ ପରିଜନଙ୍କ ମାଗଣାରେ ରହିବା ଖାଇବା ବ୍ୟବସ୍ଥାକୁ ସ୍ଵାଗତ କରାଯାଉଥିବା ବେଳେ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଳାର ରୋଗୀ ପରିଜନମାନଙ୍କ ପାଇଁ ବି ଏଭଳି ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe