ଓଡ଼ିଶା ବନ୍ଦ ପାଇଁ ଲୋକସେବା ଭବନରେ କଡ଼ାସୁରକ୍ଷା ବ୍ୟବସ୍ଥା, ସକାଳ ୯ଟା ୩୦ ସୁଦ୍ଧା ଅଫିସ୍‌ ପହଞ୍ଚିବେ କର୍ମଚାରୀ

Advertisment
ଆଇପିଏସ୍‌ ସ୍ତରରେ ଅଦଳବଦଳ: ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଦାୟିତ୍ୱ

ଭୁବନେଶ୍ବର: ନଭେମ୍ବର ୧୨ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ପାଇଁ ଲୋକସେବା ଭବନରେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି। କଡ଼ା ସୁରକ୍ଷା ପାଇଁ ଗୃହ ବିଭାଗର ସ୍ବତନ୍ତ୍ର ସଚିବଙ୍କ ନିର୍ଦ୍ଦେଶ ହୋଇଛି। ସମସ୍ତ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି।

ରାଜ୍ୟ କଂଗ୍ରେସ ପକ୍ଷରୁ 6ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେରା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହିତ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ବରେ ଏ ସଂପର୍କିତ ରୂପରେଖ ନେଇ ଆଲୋଚନା କରାଯାଇଛି।

ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବାକୁ ପାଇଁ ଭୁବନେଶ୍ୱରର ସବୁ ସ୍ଥାନରେ ଜୋରଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରାଯାଇଛି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସର ନୱାଜ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe