‘ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗ ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ’, ହାଇକୋର୍ଟରେ ମାମଲା

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସୁବିଧା ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ହ୍ବିଲ ଚେୟାର ଉପରେ ନିର୍ଭର କରୁଥିବା ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବାରମ୍ବାର ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଆବେଦନକାରୀ ଜଣେ ଦିବ୍ୟାଙ୍ଗ ଓ ସେ ହ୍ବିଲଚେୟାରରେ ଯାତାୟାତ କରୁଛନ୍ତି। କିନ୍ତୁ ଶ୍ରୀମନ୍ଦିରରେ କୌଣସି ରାମ୍ପ୍‌ ନଥିବାରୁ ସେ ହ୍ବିଲଚେୟାର ମାଧ୍ୟମରେ ଭିତରକୁ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାରୁ ବଞ୍ଚିତ। ଅନ୍ୟ ଦିବ୍ୟାଙ୍ଗମାନେ ମଧ୍ୟ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ପ୍ରସଙ୍ଗରେ ସମାନ ଅସୁବିଧା ଭୋଗ କରୁଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ଅପରପକ୍ଷେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଶ୍ରୀମନ୍ଦିର ପରିସରକୁ ହ୍ବିଲଚେୟାରରେ ଦିବ୍ୟାଙ୍ଗ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି କଟକଣା ନାହିଁ। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ। ଦିବ୍ୟାଙ୍ଗଙ୍କ ସ୍ବାଭିମାନ ଓ ସମ୍ମାନ ରକ୍ଷାକୁ ସବୁ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ‌ପ୍ରସଙ୍ଗରେ ମଧ୍ୟ ଏହା ପାଳନ ହେବା ଉଚିତ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ ହ୍ବିଲଚେୟାରରେ ଚଳାଚଳ ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe