ଫେବ୍ରୁଆରି ୨୯ରେ ସ୍ବତନ୍ତ୍ର ଉତ୍ସବ: ବିବାହ ବାର୍ଷିକୀର ଆୟୋଜନ, ଡିଏଚ୍‌ଏଚ୍‌ରେ ଜନ୍ମ ହେଲେ ୧୪ ଶିଶୁ

Advertisment
ଫେବ୍ରୁଆରି ୨୯ରେ ସ୍ବତନ୍ତ୍ର ଉତ୍ସବ: ବିବାହ ବାର୍ଷିକୀର ଆୟୋଜନ, ଡିଏଚ୍‌ଏଚ୍‌ରେ ଜନ୍ମ ହେଲେ ୧୪ ଶିଶୁ

ଜୟପୁର: ଗୁରୁବାର ଅଧିବର୍ଷ। ଏହାକୁ ଇଂରାଜିରେ ଲିପ୍ ଡେ ମଧ୍ୟ କୁହାଯାଏ। ସାଧାରଣତଃ ଫେବୃଆରୀ ମାସ ୨୮ ତାରିଖରେ ଶେଷ ହୁଏ। ହେଲେ ଚଳିତ ବର୍ଷ ଏହା ୨୯ ହୋଇଛି। ୪ ବର୍ଷକୁ ଥରେ ଫେବ୍ରୁଆରି ୨୯ତାରିଖ ହେଉଥିବାରୁ ଏହାକୁ ଅଧିବର୍ଷ କୁହାଯାଏ। ତେବେ ଆଜିର ଏହି ସ୍ବତନ୍ତ୍ର ଦିନଟି ଅନେକ ଲୋକଙ୍କ ପାଇଁ ସ୍ମୃତିମୟ। ଏମିତି କି ଅନେକ ଲୋକଙ୍କ ଜନ୍ମଦିନ, ବିବାହ ବାର୍ଷିକୀ ସହ ଆଜିର ଦିନରେ ଯେ ଭି ବିବାହ ବନ୍ଧନରେ ଆବଦ୍ଧ ହେଉଥିଲେ ସାରା ଜୀବନ ସ୍ମୃତି ବହନ କରିବ। ସେହିକ୍ରମରେ ଯଦି ଦେଖିବା ଗୁରୁବାର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪ ଶିଶୁ ଜନ୍ମ ହୋଇଛନ୍ତି। ୯ଟି ଶିଶୁ ନର୍ମାଲ ଭାବେ ଜନ୍ମ ଗ୍ରହଣ କରିଥିବାବେଳେ ୫ଟି ଶିଶୁ ଅସ୍ତ୍ରୋପଚାର ଭାବେ ଜନ୍ମ ନେଇଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପକ୍ଷରୁ ସୁଚନା ମିଳିଛି। ଏହି ଶିଶୁଙ୍କ ଜନ୍ମ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ମେଡ଼ିକାଲରେ ଥିବା ନର୍ସ ଓ ପରିବାରବର୍ଗ ମାନେ।

ସେହିପରି ସହରର ପାଇଲ ସାହିରେ ରହୁଥିବା ପ୍ରସନ୍ନ ମିଶ୍ର ବିବାହ ବାର୍ଷିକୀ ପାଳନ କରିଛନ୍ତି। ୨୦୦୦ ମସିହାରେ ଶ୍ରୀ ମିଶ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ବି ଆସନ୍ତା ବର୍ଷ ୨୫ ବର୍ଷ ପୂର୍ତ୍ତି ହୋଇଥାନ୍ତା। କିନ୍ତୁ ଆସନ୍ତା ବର୍ଷ ଫେବ୍ରୁଆରି ୨୯ ଆସିବନି ତ ଆଜି ପରିବାରବର୍ଗ ଓ ସାଙ୍ଗ ସାଥିଙ୍କ ମେଳାରେ ବିବାହ ବାର୍ଷିକୀ ପାଳନ କରିବା ସହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହି ୨୫ବର୍ଷ ମଧ୍ୟରେ ଶ୍ରୀ ମିଶ୍ର ମାତ୍ର ୬ଥର ହିଁ ବିବାହ ବାର୍ଷିକୀ ପାଳନ କରିଛନ୍ତି। କିନ୍ତୁ ଏବର୍ଷ ଅଧିବର୍ଷ ପଢ଼ୁଥିବାରୁ ଘରେ ସାଙ୍ଗ ସାଥୀ ପରିବାର ବର୍ଗଙ୍କ ସହ କେକ କାଟି ଉତ୍ସବ ମନାଇଛନ୍ତି।

ସହରର ଏକ କଲ୍ୟାଣ ମଣ୍ଡପରେ ସନ୍ତୋଷି ମହାନ୍ତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫେବ୍ରୁଆରି ୨୯କୁ ନେଇ ସେ ସ୍ମୃତିମୟ ଦିନଟି ବୋଲି ଭାବୁଥିଲେ ବି ବେଶ ଖୁସିରେ ଅଛନ୍ତି। କିନ୍ତୁ ଆଜିର ଦିନଟି ହିଁ ବିବାହ ପାଇଁ ଠିକ୍ ତାରିଖ ଥିଲା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe