ରଥାଯାତ୍ରା ପାଇଁ ପୁରୀକୁ ସ୍ବତନ୍ତ୍ର ବସ୍‌

ମୋ ବସରୁ ଲୁଟୁଥିଲେ: ଚାରିଜଣିଆ ମହିଳା ଲୁଟେରା ଗ୍ୟାଙ୍ଗର ଜଣେ ଲୁଟେରାକୁ ଧରିଲା ପୁଲିସ

guidetopuri.com

ଭୁବନେଶ୍ୱର : ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ। ଏଣୁ ଶ୍ରଦ୍ଧାଳୁମାନେ ପୁରୀକୁ ଯିବାଆସିବାରେ ଯେଭଳି ଅସୁବିଧା ନହୁଏ, ସେଥିପାଇଁ ପୁରୀକୁ ସ୍ୱତନ୍ତ୍ର ‘ମୋ ବସ୍’ ଚଳାଇବାକୁ କ୍ରୁଟ୍‌ ଯୋଜନା କରିଛି। ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ଏହି ସ୍ବତନ୍ତ୍ର ମୋ ବସ୍ ଚାଲିବ। ଏସି ବସ୍‌ରେ ଯାତ୍ରୀମାନଙ୍କ ପାଇଁ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ନନ୍ ଏସି ବସ୍‌ ଟିକେଟ୍ ମୂଲ୍ୟ ୮୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ରଥଯାତ୍ରା ଦିନ ୫୦, ୫୧ ଓ ୫୨ ନମ୍ବର ରୁଟ୍‌ରେ ‘ମୋ ବସ୍’ ସେବା ବନ୍ଦ ରହିବ। ୫୩ ନମ୍ବର ରୁଟ୍ ବସ୍ ମାଳତୀପାଟପୁରଠୁ ସିଧା ପୁରୀ ନ ଯାଇ ବାଇପାସ୍‌ ଦେଇ ତାଳବଣିଆ ଯିବ। ଏହାର ଟିକେଟ୍ ମୂଲ୍ୟ ୨୦ ଟଙ୍କା ରହିବ। ଶ୍ରଦ୍ଧାଳୁମାନଙ୍କ ଭିଡ଼କୁ ଆଖି ଆଗରେ ରଖି ଦିନ ତମାମ ଏହି ସ୍ୱତନ୍ତ୍ର ‘ମୋ ବସ୍‌’ ଚାଲିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ସାଧାରଣ ଦିନମାନଙ୍କରେ ପୁରୀରେ ୨ଟି ରୁଟ୍‌ରେ ଏକ୍ସପ୍ରେସ୍ ସେବା ଯୋଗାଇ ଦିଆଯାଉଛି। ରୁଟ୍ ନଂ- ୫୨ରେ ପୁରୀ ବସ୍ ଷ୍ଟାଣ୍ଡରୁ ରେଳ ଷ୍ଟେସନ୍, ସମୁଦ୍ର କୂଳ, ସ୍ବର୍ଗଦ୍ବାର ଦେଇ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ଯାଉଥିବା ବେଳେ ରୁଟ୍ ନଂ-୫୩ରେ ମାଳତୀପାଟପୁର ଠାରୁ ଅଠରନଳା ଦେଇ ପୁରୀ ବସ୍‌ଷ୍ଟାଣ୍ଡ ଯାଏ ଏହି ସେବା ଉବପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe