ଖାଇବା ତେଲର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ: ରାଜ୍ୟବ୍ୟାପୀ ସଂଗ୍ରହ ହେବ ତେଲ ନମୁନା

ଖାଇବା ତେଲର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ: ରାଜ୍ୟବ୍ୟାପୀ ସଂଗ୍ରହ ହେବ ତେଲ ନମୁନା

Image Courtesy of National Herald

ଭୁବନେଶ୍ବର : ଖାଇବା ତେଲର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏ ନେଇ ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିଭିନ୍ନ ବ୍ରାଣ୍ଡର ଖାଇବା ତେଲ ନମୁନା ସାରା ଓଡ଼ିଶାରୁ ସଂଗ୍ରହ କରାଯାଇ କୋଲକାତା ଲ୍ୟାବ୍‌ରେ ଟେଷ୍ଟ କରାଯିବ। ଅପମିଶ୍ରିତ ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ବିକ୍ରି ଉପରେ ରୋକ୍ ଲାଗିବା ବୋଲି ଆଜି ଭୁବନେଶ୍ବରସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ପିକେ ମହାପାତ୍ର କହିଛନ୍ତି।

‌ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯ, ଆଜିଠୁ ବିଭିନ୍ନ ବ୍ରାଣ୍ଡେଡ ଖାଇବା ତେଲ ନମୁନା ସଂଗ୍ରହ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଖାଦ୍ୟ ନିରାପତ୍ତା ଆୟୁକ୍ତ ମଧ୍ୟ ଏହି ଅଭିଯାନରେ ସାମିଲ ଅଛନ୍ତି। ସମସ୍ତ ଜିଲ୍ଲା ଓ ମ୍ୟୁନିସିପାଲଟିରେ ଏହି ମେଗା ଅଭିଯାନ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ର‌ତ୍ୟେକ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦ୍ବାରା ଦୁଇଟି ନମୁନା ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରୁ ମୋଟ ୧୨୬ଟି ତେଲ ନମୁନା ବିଭିନ୍ନ ରିଟେଲ କାଉଣ୍ଟର, ଗୋଦାମ, ମଲରୁ ସଂଗ୍ରହ କରାଯିବ। ଖାଇବା ତେଲରେ ମିନେରାଲ୍, ଆର୍ଗେମୋନ୍, କାଷ୍ଟର ଏବଂ ଟ୍ରାନ୍ସ ଫ୍ୟାଟି ଏସିଡ୍‌ର ମାନଥିବା ଯାଞ୍ଚ କରାଯିବ। ବ୍ରାଣ୍ଡେଡ ପ୍ୟାକେଟ୍ ତେଲ ସହ ଖୋଲା ବନସ୍ପତି ତେଲର ନମୁନା ମଧ୍ୟ ସଂଗ୍ରହ ହେବ। ନମୁନାରେ ଅପମିଶ୍ରଣ ହେଉଥିବା ପ୍ରମାଣ ମିଳିଲେ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗ କମିସନର ଡି. ବୃନ୍ଦା ଓ ଷ୍ଟେଟ୍ ଫୁଡ ଅଫିସର ପ୍ରତୀକ୍ଷା ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe