ଭୁବନେଶ୍ବର : କୋଭିଡ୍ ସମୟରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଯାହାର ପରିଚାଳନା ସ୍ବତନ୍ତ୍ର ଚ୍ୟାଲେଞ୍ଜ ବୋଲି କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ଆଜି ରାଜ୍ୟ ନିର୍ବାଚନ କମିସନରଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକ ଶେଷ ହେବା ପରେ ଡିଜିପି ଶ୍ରୀ ବଂଶଲ ଗଣମାଧ୍ୟମକୁ କହିଛନ୍ତି ଯେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସ୍ପିମାନଙ୍କ ସହ ଆଲୋଚନା କରାଯାଇଛି। ବାସ୍ତବରେ କେଉଁ ସମସ୍ୟା ସୃଷ୍ଟି ହେବ ଓ ତାହାର ମୁକାବିଲା କେମିତି ହେବ, ସେନେଇ ଆଲୋଚନା ହୋଇଛି। ଲୋକମାନେ ଭୋଟ୍ ଦେବାକୁ ଆସିବା ସମୟରେ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତା’ ଉପରେ ଦୃଷ୍ଟି ଦିଆଯିବ। କୋଭିଡ୍ କଟକଣାକୁ ମଧ୍ୟ କଡ଼ାକଡ଼ି ପାଳନ କରାଯିବ। ଆମର ଯେଉଁ ଦାୟିତ୍ବ ରହିଛି ତାକୁ ଯେମିତି ସୁଚାରୁ ରୂପେ ପାଳନ ହେବ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଲୋକଙ୍କର ପୁଲିସଠାରୁ ଯେଉଁ ଆଶା ରହିଛି, ତାକୁ ପୂରଣ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି ଡିଜି ବଂଶଲ କହିଛନ୍ତି ।
କୋଭିଡ୍ ସମୟରେ ନିର୍ବାଚନ ପରିଚାଳନା ସ୍ବତନ୍ତ୍ର ଚ୍ୟାଲେଞ୍ଜ: ଡିଜିପି
Advertisment
Follow Us