ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସମ୍ମିଳନୀ : ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ

Advertisment

ଆଦିବାସୀଙ୍କୁ ଭୋଟ୍‌ ବ୍ୟାଙ୍କ ପାଇଁ ବ୍ୟବହାର କରାଯାଉଛି : ବିଜେପି

ଆଦିବାସୀଙ୍କୁ ଭୋଟ୍‌ ବ୍ୟାଙ୍କ ପାଇଁ ବ୍ୟବହାର କରାଯାଉଛି : ବିଜେପି

୩୬ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ

ଭୁବନେଶ୍ବର : ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦଗୁଡ଼ିକର ଏକ ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିଷଦ ସହ ସିଧାସଳଖ ଆଲୋଚନା କରିବେ। ଏହା ସହ ପରିଷଦ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ। ଏହାକୁ ରାଜ୍ୟ ବିଜେପି ସମାଲୋଚନା କରିଛି। ଏହି ସମ୍ମିଳନୀ ବେଆଇନ୍ ବୋଲି ଦଳ ଦର୍ଶାଇବା ସହ ଏହାକୁ ବନ୍ଦ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।

ବିଜେପି ପକ୍ଷରୁ କୁହାଯାଇଛି, ନବୀନ ସରକାର ଆଦିବାସୀମାନଙ୍କୁ ସବୁବେଳେ ନିଜର ଭୋଟ୍‌ ବ୍ୟାଙ୍କ ପାଇଁ ବ୍ୟବହାର କରିଆସୁଛନ୍ତି। କିନ୍ତୁ ସେମାନଙ୍କୁ ସମସ୍ୟାର ସମାଧାନ ଓ ଆର୍ଥିକ ବିକାଶ ପାଇଁ କିଛି କରି ନାହାନ୍ତି। ଓଡ଼ିଶାର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଓ ଅଭୟାରଣ୍ୟ ଭିତରେ ୧ ଲକ୍ଷ ୪୫ ହଜାର ଆଦିବାସୀ ପରିବାର ରହୁଛନ୍ତି। ରାଜ୍ୟ ସରକାରଙ୍କ ଭୁଲ୍ ଯୋଗୁଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପରିବାର ଜୁଲାଇ ମାସ ସୁଦ୍ଧା ଭିଟାମାଟି ଛାଡ଼ିବେ। କାରଣ ସରକାର ସେମାନଙ୍କୁ ଜମି ପଟ୍ଟା ଦେଇ ନାହାନ୍ତି କି ମ୍ବା ସେମାନେ ସେହି ଜାଗାରେ ୭୫ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି ବୋଲି ପ୍ରମାଣପତ୍ର ଦେଇ ନାହାନ୍ତି। ସଂପୃକ୍ତ ଆଦିବା‌ସୀ ପରିବାରମାନଙ୍କ ସୁରକ୍ଷା ପାଇଁ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଜେପି ପକ୍ଷରୁ ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ‌େର ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଲେ, ଓଡ଼ିଶାର ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ। କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ କ୍ରମାଗତ ଅବହେଳା କରି ଆସୁଛନ୍ତି। ଓଡ଼ିଶାରେ ସାମ୍ବିଧାନିକ ବିଧିବ୍ୟବସ୍ଥା ନାହିଁ। ସମ୍ବିଧାନର ୨୪୪ ଧାରା ଅନୁଯାୟୀ ତଫସିଲଭୁକ୍ତ ଜାତି ଜନଜାତି ବସବାସ କରୁଥିବା ଅଞ୍ଚଳରେ ସେମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସହ କି କି ଯୋଜନା ଲାଗୁ କରାଯିବ, ତାହା ବୁଝିବା ରାଜ୍ୟପାଳଙ୍କ ଦାୟିତ୍ବ। କିନ୍ତୁ ରାଜ୍ୟପାଳଙ୍କ କ୍ଷମତାକୁ ମୁଖ୍ୟମନ୍ତ୍ରୀ ଅପବ୍ୟବହାର କରୁଛନ୍ତି। ଆଦିବାସୀ ଉପଦେଷ୍ଟା ପରିଷଦର ବୈଠକ ବର୍ଷ ବର୍ଷ ଧରି ହେଉ ନ ଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବୈଠକ ଡକାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe