ନାବାଳକ ଚାଳକଙ୍କ ଧରପଗଡ଼ ଲାଗି ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ

Advertisment
ନାବାଳକ ଚାଳକଙ୍କ ଧରପଗଡ଼ ଲାଗି ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ

ସମ୍ବଲପୁର: ଛୋଟ ପିଲାଙ୍କୁ ଗାଡ଼ି ଚଲାଇବାକୁ ଦେଉଥିବା ଅଭିଭାବକମାନେ ସାବଧାନ ହୋଇଯାନ୍ତୁ। ଆଉ ରାସ୍ତାକୁ ବାହାରିପାରିବେନି ନାବାଳକ ଗାଡ଼ି ଚାଳକ। ବାହାରିଲେ ପଡ଼ିଯିବ ୨୫ ହଜାର ଟଙ୍କା ଜରିମାନା। ମଙ୍ଗଳବାରଠୁ ପରିବହନ ବିଭାଗ ପକ୍ଷରୁ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏ ନେଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ସମ୍ବଲପୁରରେ ଯାଞ୍ଚ ଚାଲିଥିବା ବେଳେ ମଙ୍ଗଳବାର ୩ ଜଣ ନାବାଳକ ଧରାପଡ଼ିଛନ୍ତି। ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି।

ମଙ୍ଗଳବାର ସକାଳ ସାଢ଼େ ୧୦ଟା ସମୟରେ ସର୍‌ଲାକାନି ଛକ ନିକଟରେ ଜଣେ ନାବାଳକ ସ୍କୁଟି(ଓଡି ୧୫ସି ୫୮୫୮) ଧରି ବୁଲୁଥିବା ବେଳେ ଧରା ପଡ଼ିଥିଲେ। ପରିବହନ ବିଭାଗ ପକ୍ଷରୁ ଗାଡ଼ି ମାଲିକଙ୍କ ନାଁରେ ୨୫ ହଜାର ଟଙ୍କାର ଚାଲାଣ କାଟିଥିଲା। ହୀରାକୁଦ ନିକଟରେ ଦିନ ସାଢେ ୧୧ଟା ବେଳେ ବାପାଙ୍କୁ ଲୁନା(ଓଡି ୧୫ଭି ୧୨୦୦) ପଛରେ ବସାଇ ନେଉଥିବା ବେଳେ ୧୧ ବର୍ଷର ନାବାଳକ ଧରାପଡ଼ିଥିଲେ। ସେଭଳି ସାକ୍ଷୀପଡ଼ା ନିକଟରେ ଜଣେ ନାବାଳକ ସ୍କୁଟି(ଓଡି ୧୫ସି ୬୭୦୫) ଧରି ସ୍କୁଲ୍‌ରୁ ଘରକୁ ଫେରୁଥିବା ବେଳେ ପରିବହନ ବିଭାଗ ଧରି ନେଇଥିଲା। ସମସ୍ତ ଗାଡ଼ିମାଲିକଙ୍କ ବିରୋଧରେ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କଟଯାଇଥିବା ସମ୍ବଲପୁର ଆର୍‌ଟିଓ ରାମଦାସ ଟୁଡ଼ୁ କହିଛନ୍ତି। ଏହି ସ୍ବତନ୍ତ୍ର ଡ୍ରାଇଭ୍‌ ଆହୁରି ଜୋର୍‌ଦାର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe