ଅର୍ବାନ ହାଟରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ଅର୍ବାନ ହାଟରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ପୁରୀ: ରାଜ୍ୟ ହସ୍ତତନ୍ତ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ନୀଳାଚଳ ଅର୍ବାନ ହାଟରେ ଆଜି ଉଦ୍‌ଘାଟିତ ହୋଇଛି। ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼, କଳାହାଣ୍ଡି, ସୋନପୁର, ଆଠଗଡ, ପୁରୀ, ଖୋର୍ଦ୍ଧା, ବାରିପଦା, ନୟାଗଡ଼ ଓ ବୌଦ୍ଧ ବୟନ ମଣ୍ଡଳରୁ ୨୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବୁଣାକାର ସମିତିର ସଦସ୍ୟ ମାନେ ଯୋଗ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର, କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ବିକ୍ରି ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ଦେବା ଏବଂ ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଏହି ମେଳା ଆୟୋଜନ ହୋଇଛି।

ମେଳାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉଦ୍‌ଘାଟନ କରି ଏହି ମେଳା ବୁଣାକାରମାନଙ୍କ ପ୍ରତିଭା ବିକାଶ, ଆର୍ଥିକ ସୁଧାର ସହ ଅନ୍ୟ ବୁଣାକାରମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ହସ୍ତତନ୍ତ ବିଭାଗର ଉପ ନିର୍ଦ୍ଦେଶକ ଲକ୍ଷ୍ମୀପତି ବେହେରା ଓ ସମ୍ବଲପୁରୀ ବସ୍ତ୍ରାଳୟର ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଉକ୍ତ ମେଳା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ କେତେକ ବସ୍ତ୍ର ଉପରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରହିଛି। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନି‌ର୍ଦ୍ଦେଶକ ହୃଷୀକେଶ ମାହାଳି, ହସ୍ତଶିଳ୍ପ ବିଭାଗର ସୂର୍ଯ୍ୟକାନ୍ତ ପଣ୍ଡା, ଜାତୀୟ ପୁରସ୍କାର ପ୍ରାପ୍ତ ବୁଣାକାର ଜଗନ୍ନାଥ ମହାପାତ୍ର, ଅର୍ବାନ ହାଟ ପୁରୀର ପ୍ରବନ୍ଧକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe