କାମ କରିବାରେ ଅକ୍ଷମଙ୍କୁ ଦିଆଯିବ ସ୍ବତନ୍ତ୍ର ହୋମଗାର୍ଡ ନିଯୁକ୍ତି : ମମତା

Advertisment
ମମତା-ଅଖିଳେଶ ମେଣ୍ଟ, ନବୀନଙ୍କୁ ଭେଟିବେ

IndiaTV News

ଭୁବନେଶ୍ବର : ବାଲେଶ୍ବର ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ପରେ ଦ୍ବିତୀୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ଆସିଥିଲେ। ଦୁର୍ଘଟଣାରେ ଆହତଙ୍କୁ ଭେଟିବା ସହିତ ସେମାନଙ୍କୁ ସୁସ୍ଥ କାମନା କରିଛନ୍ତି।

ଏହି ଅବସରରେ ମମତା କହିଥିଲେ ଯେ ଆସନ୍ତାକାଲି(ବୁଧବାର) ନେତାଜୀ ଇନଡୋର ଷ୍ଟାଡିୟମ୍‌ରେ ମୃତକଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ କରାଯିବ। ରେଳ ଦୁର୍ଘଟଣାରେ ଯେଉଁମାନେ ବର୍ତି ଯାଇଛନ୍ତି ମାତ୍ର ଟ୍ରମାର ଶିକାର ହୋଇଛନ୍ତି, ସେମାନଙ୍କୁ ୧୦ହଜାର ଟଙ୍କା ଦିଆଯିବ। ଏହାସହ ଆସନ୍ତା ୪ମାସ ପାଇଁ ୨ହଜାର ଟଙ୍କା ଲେଖାଏ ସରକାର ପ୍ରଦାନ କରିବେ। ଆର୍ଥିକ ସହାୟତା ବାଦ୍ ସେମାନଙ୍କୁ ଚାଉଳ, ଡାଲି, ତେଲ ଓ ଅନ୍ୟାନ୍ୟ ଜିନିଷ ପ୍ରଦାନ କରାଯିବ। ରେଳ ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ଜଣେ ବ୍ୟକ୍ତି ହୋମଗାର୍ଡ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହ ଯେଉଁମାନେ କାମ କରିବାରେ ଅକ୍ଷମ ସେମାନଙ୍କୁ ମଧ୍ୟ ଏହି ନିଯୁକ୍ତି ମିଳିବ ବୋଲି ମମତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe