ଷଢ଼େଇକଳା ଓ ଖରସୁଆଁକୁ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ

Advertisment
ଷଢ଼େଇକଳା ଓ ଖରସୁଆଁକୁ ‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ

ଭୁବନେଶ୍ବର : ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥଙ୍କ ମହାନ୍‌ ସଂସ୍କୃତି ଓ ମହିମା ସହ ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ ପ୍ରକାଶ ପାଇଥିବା ରାଜ୍ୟ ସରକାରଙ୍କ ମୁଖପତ୍ର‘ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ବତନ୍ତ୍ର ସଂଖ୍ୟାକୁ ଆଜି ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ପାଇଁ ପଠାଯାଇଛି।

ଝାଡ଼ଖଣ୍ଡର ଷଢେଇକଳା, ଖରସୁଆଁ, ଚାଇଁବସା, ଚକ୍ରଧରପୁର ଆଦି ଅଞ୍ଚଳକୁ ଏହା ପ୍ରେରଣ ନିମନ୍ତେ ଏକ ସ୍ବତନ୍ତ୍ର ଗାଡ଼ିକୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍‌ ମହାନ୍ତି ପ୍ରମୁଖ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ବିଭାଗର ପ୍ରକାଶନ ପରିଚାଳକ ପ୍ରଫୁଲ୍ଲ କୁମାର ମଲ୍ଲିକ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଏବଂ ଲୋକସଂପର୍କ ଅଧିକାରୀ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe