ଭୁବନେଶ୍ବର: ଗୃହରେ ଉଠିଲା ଗଣମାଧ୍ୟମ ପ୍ରତିନିଧଙ୍କ କଥା। ସାମ୍ବାଦିକଙ୍କ ସୁରକ୍ଷା ନେଇ ଦାବି ଜଣାଇଲେ ଉଭୟ ଶାସକ ଓ ବିରୋଧୀ ଦଳ। ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ସେତୁ ପାଲଟିଥିବା ସାମ୍ବାଦିକଙ୍କ ଚିହ୍ନଟ ଏଯାବତ୍ କରାଯାଇ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। ଏପରିକି ରାଜ୍ୟର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଅନେକ କିଛି କରିଥିଲେ ମଧ୍ୟ ସାମ୍ବାଦିକଙ୍କୁ ଚିହ୍ନଟ କରିପାରି ନାହାନ୍ତି। ତେଣୁ ତୁରନ୍ତ ଶ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସାମ୍ବାଦିକ ଚି଼ହ୍ନଟ କରିବା ଦରକାର ଆଉ ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ ହୋଇଥିବାରୁ ଚତୁର୍ଥ ସ୍ତମ୍ଭ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି କହିଛନ୍ତି ପ୍ରଫୁଲ୍ଲ ।
ସେହିପରି କଂଗ୍ରେସ ନେତା ନରଂସିହ ମିଶ୍ର ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଧାନସଭାରେ ଦାବି ଉଠାଇଛନ୍ତି। ନରସିଂହ କହିଛନ୍ତି କି, ଗଣମାଧ୍ୟମ ଯୋଗୁଁ ଆମେ ସମସ୍ତ ଘଟଣା ଏବଂ ଏହା ପଛର ମୂଳ ତଥ୍ୟ ପାଇ ପାରୁଛୁ। ଆଉ ଯେଉଁ ସାମ୍ବାଦିକ କି ସାମ୍ବାଦିକା ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଅପହଞ୍ଚ ସ୍ବରକୁ ସରକାରଙ୍କ ପାଖରେ ପହଁଚାଉଛନ୍ତି ସେ ଆଜି ବିପଦରେ। ତେଣୁ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦରକାର ବୋଲି ସେ କହିଛନ୍ତି।
Kalinga TVଅନ୍ୟପଟେ ନରସିଂହ ଏବଂ ପ୍ରଫୁଲ୍ଲ ସାମଲଙ୍କୁ ସମର୍ଥନ ଜଣାଇ, କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି । ତୁରନ୍ତ ରାଜ୍ୟ ସରକାରଙ୍କୁ ଏହା ଉପରେ ବିଚାର କରି ଏନେଇ ଆଇନ ବ୍ୟବସ୍ଥା କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ ।
Follow Us