ବି.ଟେକ୍‌ ପାଇଁ ସ୍ବତନ୍ତ୍ର ଓଜେଇଇ, ଆଜିଠୁ ଅଗଷ୍ଟ ୧୦ ଯାଏ ଆବେଦନ

Advertisment
ବି.ଟେକ୍‌ ପାଇଁ ସ୍ବତନ୍ତ୍ର ଓଜେଇଇ, ଆଜିଠୁ ଅଗଷ୍ଟ ୧୦ ଯାଏ ଆବେଦନ

ଭୁବନେଶ୍ବର : ସରକାରୀ ଓ ବେସରକାରୀ ଘରୋଇ ଇଞ୍ଜିନିୟରିଂ କଲେଜର ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖ‌ା ଲାଗି ସ୍ବତନ୍ତ୍ର ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ଅନୁଷ୍ଠିତ ହେବ। ଜୁଲାଇ ୨୩ ତଥା ଶୁକ୍ରବାରଠାରୁ ଅଗଷ୍ଟ ୧୦ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଗଷ୍ଟ ୧୨ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଫି’ ଦାଖଲ କରିହେବ। ଜେଇଇ ମେନ୍‌ ଆଧାରରେ ଏହି ପରୀକ୍ଷାର ସିଲାବସ୍‌ ଆସିବ। ଓଜେଇଇ ୱେବସାଇଟ୍‌ www.ojee.nic.in ରେ ଛାତ୍ରଛାତ୍ରୀ ଆବେଦନ ସମ୍ପର୍କିତ ତଥ୍ୟ ପାଇପାରିବେ।

ପ୍ରଥମ ପର୍ଯ୍ୟାୟ ଓଜେଇଇ କାଉନସେଲିଂ ପରେ ଖାଲିପଡ଼ିଥିବା ସିଟ୍ ପୂରଣ ପାଇଁ ଏହି ପ୍ରବେଶିକା ପରୀକ୍ଷା ହେବ। କରୋନା ସମୟରେ ଯେଉଁ ଛାତ୍ରଛାତ୍ରୀ କୌଣସି କାରଣରୁ ଜେଇଇ ମେନ୍‌ରେ ଅଂଶ ଗ୍ରହଣ କରିପାରି ନାହାନ୍ତି, ସେମାନଙ୍କ ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ। ପରୀକ୍ଷାର୍ଥୀ ନିୟମିତ ଭାବେ ଓଜେଇଇ ୱେବସାଇଟ୍‌ ଦେଖିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe