ସ୍ୱତନ୍ତ୍ର ଓଜେଇଇ ଫଳ ବାହାରିଲା : ୧୩,୪୮୩ ଜଣଙ୍କୁ ର‍୍ୟାଙ୍କ୍‌, ୨୭ରୁ ୨୯ ମଧ୍ୟରେ ହେବ ନାମଲେଖା

ସ୍ୱତନ୍ତ୍ର ଓଜେଇଇ ଫଳ ବାହାରିଲା : ୧୩,୪୮୩ ଜଣଙ୍କୁ ର‍୍ୟାଙ୍କ୍‌, ୨୭ରୁ ୨୯ ମଧ୍ୟରେ ହେବ ନାମଲେଖା

ଭୁବନେଶ୍ୱର : ବିଟେକ୍‌ ସମେତ ଏମ୍‌ବିଏ, ଏମ୍‌ସିଏ ପରି ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଅନୁଷ୍ଠିତ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୧୩ ହଜାର ୪୮୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୧୩ ହଜାର ୪୮୩ ଜଣଙ୍କୁ ର‍୍ୟାଙ୍କ ମିଳିଛି। ବି.ଟେକ୍‌ ପାଠ୍ୟକ୍ରମର ଦୁଇ ଜଣ ପରୀକ୍ଷାର୍ଥୀ ର‍୍ୟାଙ୍କ ପାଇବାରେ ବିଫଳ ହୋଇଛନ୍ତି।

ଓଜେଇଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବି.ଟେକ୍‌ରେ ପରୀକ୍ଷା ଦେଇଥିବା ୬୦୯୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦୯୧ ଜଣ ର‍୍ୟାଙ୍କ ହାସଲ କରିଛନ୍ତି। ଲାଟେରାଲ୍‌ ଏଣ୍ଟି୍ର ଡିପ୍ଲୋମାରେ ୩୯୨୧, ଲାଟେରାଲ ଏଣ୍ଟ୍ରି ବିଏସ୍‌ସିରେ ୧୪୫, ଏମ୍‌ବିଏରେ ୨୨୭୧, ଏମ୍‌ସିଏରେ ୪୮୭, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏରେ ୮୮, ବି ଫାର୍ମାରେ ୪୪୫ ଓ ଏମ୍‌ ଫାର୍ମାରେ ୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତଙ୍କୁ ର‍୍ୟାଙ୍କ ମିଳିଛି। ର‍୍ୟାଙ୍କ ହାସଲ କରୁଥିବା ଛାତ୍ରଛାତ୍ରୀ ଜୁଲାଇ ୨୭ରୁ ୨୯ ମଧ୍ୟରେ ଓଜେଇଇ େଓ୍ଵବସାଇଟ୍‌ରୁ ର‍୍ୟାଙ୍କ କାର୍ଡ ଡାଉନ୍‌ଲୋଡ କରିବା ସହ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରାଯିବ। ୩୦ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ହେବ। ଅଗଷ୍ଟ ୧ ଓ ୨ରେ ନୋଡାଲ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଅଗଷ୍ଟ ୩ରେ ଛାତ୍ରଛାତ୍ରୀ କଲେଜରେ ଚୂଡ଼ାନ୍ତ ରିପୋର୍ଟିଂ କରିବେ।

ରେଜଲ୍ଟ ବାହାରିବା ପରେ ଆଉ ଥରେ ସ୍ୱତନ୍ତ୍ର ଓଜେଇଇ କରିବା ପାଇଁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ପକ୍ଷରୁ ଦାବି କରାଯାଇଛି। ଓପେକା ସମ୍ପାଦକ ବିନୋଦ ଦାସ କହିଛନ୍ତି ଯେ ଗତ ୨୨ ତାରିଖରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ସମୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେଣୁ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ନିର୍ଦ୍ଧାରିତ ତାରିଖରେ ଗ୍ରାମାଞ୍ଚଳର ୩୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରି ନ ଥିବା ସୂଚନା ମିଳିଛି। ବର୍ତମାନର ସ୍ଥିତିକୁ ଦେଖିଲେ ଏବେ ରାଜ୍ୟରେ ଆହୁରି ୬୦% ଇଞ୍ଜିନିୟରିଂ ସିଟ୍‌ ଖାଲିପଡ଼ିବ।

ଏହାକୁ ଦୃଷ୍ଟିରେ ରଖି ଆଉ ଥରେ ସ୍ୱତନ୍ତ୍ର ଓଜେଇଇ କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏଦିଗରେ ବିଚାର କରିବା ସହ ଯେକୌଣସି ରବିବାର ଭୁବନେଶ୍ୱରରେ ପରୀକ୍ଷା କରାଇବାକୁ ବିଜ୍ଞାପନ ପ୍ରକାଶ କରନ୍ତୁ ବୋଲି ଶ୍ରୀ ଦାସ ଦାବି ଜଣାଇଛନ୍ତି।

ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ସ୍ଥଗିତ ଫଳ ବାହାରିବ

ଭୁବନେଶ୍ୱର : ଡିପ୍ଲୋମା ଷଷ୍ଠ ସେମିଷ୍ଟର୍‌ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଆଜି ସ୍ଥଗିତ ହୋଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ, ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂ ଓ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ(ଏସସିଟିଇ ଆଣ୍ଡ ଭିଟି)ର ଉପାଧ୍ୟକ୍ଷ ବଲୱନ୍ତ ସିଂଙ୍କ ସହ ଆଲୋଚନା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଛନ୍ତି। ଆଲୋଚନା ବେଳେ ପରୀକ୍ଷା ଖାତାଗୁଡିକ ପୁନଃଯାଞ୍ଚ କରି ଫଳ ପ୍ରକାଶ କରାଯିବ। ୫ ଦିନ ମଧ୍ୟରେ ଫଳ ପ୍ରକାଶ ହେବ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଛାତ୍ରମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ ୩୨୭୬ ଛାତ୍ରଛାତ୍ରୀଙ୍କର ଅଧିକାଂଶ ବିଷୟରେ ୬୦ରୁ ୭୦ ନମ୍ବର ରଖିଥିବାବେଳେ ଗୋଟିଏ ଲେଖାଏଁ ବିଷୟରେ ‘ଶୂନ’ ରହିଥିବାରୁ ଛାତ୍ରମାନେ ଗୋଟିଏ ସପ୍ତାହ ହେଲା ଆନ୍ଦୋଳନ ଜାରି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe