ସ୍ବତନ୍ତ୍ର ଓଜେଇଇ ଫଳ ପ୍ରକାଶ : ୧୪,୬୨୨ ଜଣଙ୍କୁ ମିଳିଲା ରୢାଙ୍କ

Advertisment

Odisha Sun Times

ଭୁବନେଶ୍ବର : ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି-ବି.ଟେକ୍‌(ଡିପ୍ଲୋମା), ଲାଟେରାଲ ଏଣ୍ଟ୍ରି-ବି.ଟେକ୍‌(ବିଏସ୍‌ସି),ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି-ଏମ୍‌ସିଏ, ବି.ଫାର୍ମା ଓ ଏମ୍‌.ଫାର୍ମା ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆଜି ପ୍ରକାଶ ପାଇଛି। ଏଥର ପରୀକ୍ଷା ଦେବା ଲାଗି ମୋଟ ୧୭,୭୧୫ ଜଣ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪,୬୨୭ ଜଣ ପରୀକ୍ଷା ‌ଦେଇଥିବା ବେଳେ ୧୪,୬୨୨ ଜଣଙ୍କୁ ରୢାଙ୍କ ପ୍ରଦାନ କରାଯାଇଛି। ୨୦ଟି ସହରର ୩୧ଟି କେନ୍ଦ୍ରରେ ଅନୁଷ୍ଠିତ ଏହି ପରୀକ୍ଷାରେ ୩୦୮୮ ଜଣ ଅନୁପସ୍ଥିତ ଥିଲେ।

ବି.ଟେକ୍‌ରେ ସର୍ବାଧିକ ୬୧୭୦ ଜଣ ପରୀକ୍ଷା ଦେଇଥିବା ବେଳେ ୬୧୬୬ ଜଣଙ୍କୁ ରୢାଙ୍କ ମିଳିଛି। ଲାଟେରାଲ ଏଣ୍ଟ୍ରି-ବି.ଟେକ୍‌(ଡିପ୍ଲୋମା)ରେ ୩୬୫୩ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୬୫୩ ଜଣଙ୍କୁ ରୢାଙ୍କ ମିଳିଛି। ଲାଟେରାଲ ଏଣ୍ଟ୍ରି-ବି.ଟେକ୍‌(ବିଏସ୍‌ସି)ରେ ପରୀକ୍ଷା ଦେଇଥିବା ସମସ୍ତ ୧୦୮ ଜଣ ପରୀକ୍ଷାର୍ଥୀଙ୍କୁ ରୢାଙ୍କ ମିଳିଛି। ଏମ୍‌ବିଏରେ ପରୀକ୍ଷା‌ ଦେଇଥିବା ୨୯୦୪ ଜଣଙ୍କ ମଧ୍ୟରୁ ୨୯୦୩ ଜଣ ପାସ୍‌ କରିଛନ୍ତି। ଏମ୍‌ସିଏରେ ପରୀକ୍ଷା ଦେଇଥିବା ସମସ୍ତ ୫୩୩ ଜଣ ଛାତ୍ରଛାତ୍ରୀଙ୍କୁ ରୢାଙ୍କ ଦିଆଯାଇଛି। ଲାଟେରାଲ ଏଣ୍ଟ୍ରି-ଏମ୍‌ସିଏରେ ପରୀକ୍ଷା ଦେଇଥିବା ସମସ୍ତ ୨୨୨ ଜଣ ପାସ୍‌ କରିଛନ୍ତି। ବି.ଫାର୍ମା ପାଇଁ ପରୀକ୍ଷା ଦେଇଥିବା ୯୯୬ ଜଣ ଓ ଏମ୍‌.ଫାର୍ମା ଲାଗି ପରୀକ୍ଷା ଦେଇଥିବା ୪୧ ଜଣ ଯାକ ପରୀକ୍ଷାର୍ଥୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ବି‌.ଟେକ୍‌ର ୪ ଜଣ ଓ ଏମ୍‌ବିଏର ଜଣେ ପରୀକ୍ଷାର୍ଥୀଙ୍କୁ ରୢାଙ୍କ ପ୍ରଦାନ କରାଯାଇ ନଥିବା ଓଜେଇଇ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରୢାଙ୍କ କାର୍ଡ ଡାଉନ୍‌ଲୋଡ୍‌ କରିବା ସହ ଅନ୍‌ଲାଇନ୍‌ରେ ଚଏସ୍‌ ଫିଲିଂ କରିପାରିବେ। ଜୁଲାଇ ୩୦ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଅଗଷ୍ଟ ୧ ଓ ୨ରେ ନୋଡାଲ୍‌ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୩ ତାରିଖରେ ଚୂଡ଼ାନ୍ତ ଆ‌ଲଟ୍‌ମେଣ୍ଟ ସହ ଛାତ୍ରଛାତ୍ରୀ କଲେଜରେ ରିପୋର୍ଟିଂ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ବି.ଟେକ୍‌ ବିଭାଗରେ ରବୀନ୍ଦ୍ର କୁମାର ବେହେରା ଟପ୍‌ର ହୋଇଛନ୍ତି। ‌େସହିଭଳି ଲାଟେରାଲ ଏଣ୍ଟ୍ରି-ବି.ଟେକ୍‌(ଡିପ୍ଲୋମା)ରେ ରଞ୍ଜନ କୁମାର ପ୍ରଧାନ, ଲାଟେରାଲ ଏଣ୍ଟ୍ରି-ବି.ଟେକ୍‌(ବିଏସ୍‌ସି)ରେ ସନ୍ତୋଷ ପ୍ରଧାନ, ଏମ୍‌ବିଏରେ ଚନ୍ଦନ କୁମାର ପାତ୍ର, ଏମ୍‌ସିଏରେ ଅନିଷ ଅଗ୍ରୱାଲ, ଲାଟେରାଲ ଏଣ୍ଟ୍ରି-ଏମ୍‌ସିଏରେ ନିଶା କୁମାରୀ, ବି.ଫାର୍ମାରେ ପ୍ରଦୀପ କୁମାର ସାହୁ ଏବଂ ଏମ୍‌.ଫାର୍ମାରେ ବିଶାଲ ସିଂ ଟପ୍‌ର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe