ସେପ୍ଟେମ୍ବର ୨୭ରେ ସ୍ବତନ୍ତ୍ର ଓଟିଇଟି

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ ଓଟିଇଟି) ଆସନ୍ତା ୨୭ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ଓଟିଇଟି ପେପର-୧ ପରୀକ୍ଷାର ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ....

otet 4

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ ଓଟିଇଟି) ଆସନ୍ତା ୨୭ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ଓଟିଇଟି ପେପର-୧ ପରୀକ୍ଷାର ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ ସରିବ ଓ ପେପର-୨ ପରୀକ୍ଷା ଦ୍ବିତୀୟ ସିଟିଂ ଅପରାହ୍‌ଣ ୨ଟାରୁ ଆରମ୍ଭ ହୋଇ ସାଢ଼େ ୪ଟାରେ ଶେଷ ହେବ। ପୂର୍ବରୁ ସ୍ଥିର ହୋଇଥିବା ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ଓ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଆସନ୍ତା ୧୭ତାରିଖରୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍‌ଧ ହେବ।

ପୂର୍ବରୁ ସ୍ବତନ୍ତ୍ର ଓଟିଇଟି ପରୀକ୍ଷାକୁ ଜୁଲାଇ ୨୦ ତାରିଖ ରବିବାର ହେବାକୁ ଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ୍ ପାଇଁ ଜୁଲାଇ ୧୯ ତାରିଖ ଶନିବାର ବିଳମ୍ବିତ ରାତିରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ଏହି ପରୀକ୍ଷାକୁ ଅଗଷ୍ଟ ୩୧ ତାରିଖରେ କରାଯିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ମଧ୍ୟ ବିଭିନ୍ନ କାରଣରୁ ବନ୍ଦ କରାଯାଇଥିଲା। ଏବେ ସେପ୍ଟେମ୍ବର ୨୭ରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe