ଭୂମିହୀନଙ୍କ ଘର ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ୍‌

Advertisment
ଭୂମିହୀନଙ୍କ ଘର ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ୍‌

photo by : The Logical Indian

ଭୁବନେଶ୍ୱର : ଖଣିଖାଦାନ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ଓଡ଼ିଶା ଖଣିଜ ଅଞ୍ଚଳ ନିଗମ ଉନ୍ନୟନ ନିଗମ(ଓମ୍‌ବାଡ୍‌ସି) ଗଠନ କରାଯାଇଛି। ଏହାର ପାଣ୍ଠିରେ ପ୍ରଭାବିତ ଭୂମିହୀନ ପରିବାରମାନଙ୍କୁ ଗୃହ ଯୋଗାଇ ଦିଆଯିବ। ଏ ନେଇ ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରସ୍ତୁତ କରାଯିବ।

ଓମ୍‌ବାଡ୍‌ସିର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏଭଳି ନିର୍ଦେଶ ଦେଇଥିଲେ। ବିଶେଷ କରି ଯେଉଁମାନେ ଗରିବ ହୋଇଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତିି, ସେମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ। ସେହି ଭୂମିହୀନ ପରିବାରଙ୍କୁ ଘର ଯୋଗାଇଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ, ଜଙ୍ଗଲ ଓ ପରିବେଶ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ସହ ସମନ୍ଵିତ ଭାବେ ଏହି ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ।

ବୈଠକର ସୂଚନାନୁସାରେ ଗତ ମାର୍ଚ ଶେଷ ସୁଦ୍ଧା ଓମ୍‌ବାଡ୍‌ସି ଅଧୀନରେ ୬୯୧ ଗ୍ରାମରେ ୧୭୪୪୫ଟି ବାସଗୃହ ନିର୍ମାଣ ସରିଛି। ସେହିପରି ୩୬ଟି ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଛି। ଏହାବ୍ୟତୀତ, ପ୍ରାକୃତିକ ପରିବେଶ ବିକାଶ ନିମନ୍ତେ ଏହି ପାଣ୍ଠିରୁ ପ୍ରାୟ ୩୫ କୋଟି ହୋଇ ବନୀକରଣ, ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଆଦି ବିଭିନ୍ନ କାର୍ଯ୍ୟକ୍ରମ ସଂପନ୍ନ ହୋଇଛି। ଓମ୍‌ବାଡ୍‌ସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଉମା ନନ୍ଦୁରୀଙ୍କ ସୂଚନା ମୁତାବକ ବର୍ତମାନ ସୁଦ୍ଧା ମୋଟ ୯୦୦.୧୭ କୋଟିର ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହାଛଡ଼ା ୮ଟି ବିଭାଗରୁ ୭୮୭୪ କୋଟିର ନୂଆ ପ୍ରକଳ୍ପ ନିମନ୍ତେ ଅନୁରୋଧ ମିଳିଛି। ଆଗାମୀ ୧୫ ଦିନରେ ସେସବୁ ପ୍ରସ୍ତାବର ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe