ରାଉରକେଲାରେ ସ୍ୱତନ୍ତ୍ର ପୁଲିସ ଟିମ୍‌ର ଚଢ଼ଉ ଜାରି: ସାବାଡ଼ ହେବେ ମଦୁଆ, ଅସାମାଜିକ ଯୁବକ

ରାଉରକେଲାରେ ସ୍ୱତନ୍ତ୍ର ପୁଲିସ ଟିମ୍‌ର ଚଢ଼ଉ ଜାରି: ସାବାଡ଼ ହେବେ ମଦୁଆ, ଅସାମାଜିକ ଯୁବକ

ରାଉରକେଲା : ସହରରେ ଅସାମାଜିକତତ୍ବ ଓ ମଦୁଆମାନଙ୍କୁ ସାବାଡ଼ କରିବାକୁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ହୋଇଛି ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ। କିଛି ଦିନ ବ୍ୟବଧାନରେ ପରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖୋଲା ପଡିଆ, ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନ ଓ ଖାଲି ସ୍ଥାନରେ ବସି ମଦ୍ୟପାନ କରୁଥିବା ଯୁବକମାନଙ୍କୁ ପୁଲିସ ଉତ୍ତମ ମଧ୍ୟମ ଦେବା ଆରମ୍ଭ କରିଛି। ଗତକାଲି ରାତିରେ ପୁଲିସର ସ୍ବତନ୍ତ୍ର ଟିମ୍‌ ଛୋଟ ଛୋଟ ‌ହୋଟେଲ, ଖୋଲା ପଡିଆ, ପରିତ୍ୟକ୍ତ ଘରେ ଚାଲିଥିବା ମଦପାନର ଆସର ଉପରେ ଚଢ଼ଉ କରିଥିଲେ। କିଛି ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲାବେଳେ ଅନ୍ୟ କିଛି ଯୁବକ ପୁଲିସ ହାତରେ ଧରାପଡିଥିଲେ। ଗତ ଦୁଇ ଦିନ ଧରି ଚାଲିଥିବା ଏହି ଚଢ଼ଉ ଆଗାମୀ ଦିନରେ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ରାତ୍ରୀକାଳୀନ ‌ପାଟ୍ରୋଲିଂ ଅଭାବରୁ ସହର କଲୋନିରେ ଦ୍ବିପ୍ରହରରେ ଚୋରି ହେଉଛି। ଚୋରମାନେ ଘରେ ପଶି ମୋବାଇଲ, ଲାପଟପ୍‌ ସମେତ ଅନ୍ୟାନ୍ୟ ଜିନିଷ ଧରି ଚମ୍ପଟ ମାରୁଛନ୍ତି। ଯାହାର ଟେର୍‌ ପାଉନି ପୁଲିସ। କେବଳ ଏତିକି ନୁହେଁ ସହରର ପ୍ରମୁଖ ଛକରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ବସି ନିଶା ସେବନ କରିବା ସହ ଝିଅ ଓ ବୋହୂମାନଙ୍କୁ ଗାଳିଗୁଲଜ କରୁଛନ୍ତି। କିଛି ସ୍ଥାନରେ ଏଭଳି ଅସାମାଜିକ ଯୁବକମାନଙ୍କ ଦ‌ୌରାତ୍ମ ଯୋଗଁ ଝିଅ ଓ ବୋହୁମାନେ ସେହି ବାଟଦେଇ ଯିବା ବନ୍ଦ କରି ଦେଇଛନ୍ତି। କୋଏଲନଗର, ବାସନ୍ତୀ କଲୋନି, ପାନପୋଷ, ବନ୍ଧମୁଣ୍ଡା, ସେକ୍ଟର -୨୧ସ୍ଥ ନୟାବଜାର, ଫର୍ଟିଲାଇଜର ସମେତ ଅନ୍ୟାନ୍ୟ ସ୍ଥାନରେ ‌ଦୈନନ୍ଦିନ ଏଭଳି ସମସ୍ୟା ଉପୁଜିଛି। ବାରମ୍ବାର ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ ହେଉଥିହେଁ କିଛି ସୁଫଳ ମିଳୁ ନଥିବା ଅଭି‌ଯୋଗ ହେଉଛି। ଏଥିପ୍ରତି ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe