୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିସନର

Advertisment

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି...

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି...

Special Relief Commissioner issues alert for 6 districts

Special Relief Commissioner issues alert for 6 districts Photograph: (sambad.in)

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ସ୍ୱତନ୍ତ୍ର ରିଲିଫ୍ କମିସନର (ଏସଆର୍‌ସି) ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

ବିପଦରେ ଥିବା ୬ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଅନ୍ତର୍ଭୁକ୍ତ। ଏସବୁ ଜିଲ୍ଲାରେ ତାପମାତ୍ରା ରବିବାର ୩୭ ଡିଗ୍ରି ସେଲସିୟସ୍ ଏବଂ ତା'ଠାରୁ ଅଧିକ ପହଞ୍ଚିସାରିଛି।

ଆଗାମୀ ପାଞ୍ଚ ଦିନ ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରି ସେଲସିୟସ୍  କିମ୍ବା ତା’ଠାରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଅଛି।

ଜିଲ୍ଲା କଲେକ୍ଟରମାନଙ୍କୁ ଜନସାଧାରଣଙ୍କ ନିକଟରେ ସତର୍କତା ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆର୍‌ସିଙ୍କ ପରାମର୍ଶରେ ଉଲ୍ଲେଖ କରାଯାଇଛି ଯେ, ଯଦିଓ ଗରମ ଅଧିକାଂଶ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ତେବେ ଏହା ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ସମେତ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିପାରେ ବୋଲି ସତର୍କ ସୂଚନା ଦିଆଯାଇଛି।

ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି, ବିଶେଷକରି ଅପରାହ୍ନରେ ବାହାରକୁ ଯିବାକୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ: ୧୨ ମାର୍ଚ୍ଚରୁ ତତଲା କଢ଼େଇ ପାଲଟିବ

ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସଆର୍‌ସି ସମସ୍ତ ଜିଲ୍ଲା କଲେକ୍ଟରମାନଙ୍କୁ ‌ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: କମୁନି ମହାକୁମ୍ଭ କ୍ରେଜ୍: ଛୁଟିଦିନରେ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ, ସଙ୍ଗମରେ ପକାଉଛନ୍ତି ବୁଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe