ନରସିଂହପୁର ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

Advertisment
ନରସିଂହପୁର ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ବର: କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ସମସ୍ତ ତଦନ୍ତ ପାଇଁ ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ୍‌ (ଏସ୍‌ଏଟି) ଗଠନ ହୋଇଛି। ତଦନ୍ତକାରୀ ଟିମ୍‌ ଗଠନ ହୋଇଥିବା ନେଇ ପିସିସିଏଫ୍‌ ସୂଚନା ଦେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତକାରୀ ୩ ଜଣିଆ ଟିମ୍‌ରେ ସିସିଏଫ୍‌, ଆରସିସିଏଫ ଓ କଞ୍ଜରଭେଟର ରହିବେ। ସେହିପରି ତଦନ୍ତରେ କ୍ରାଇମବ୍ରାଞ୍ଚର ଡିଏସ୍‌ପି ବା ତର୍ଦୁଦ୍ଧ ରାଙ୍କର ଜଣେ ଅଧିକାରୀ ରହିବେ।

ନରସିଂହପୁର ଜଙ୍ଗଲରେ ହାତୀମୃତ୍ୟୁ ଘଟଣା ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅବଗତ ହୋଇଛନ୍ତି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସଂପୃକ୍ତ ଥିବା ଲୋକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ନରସିଂହପୁର ଜଙ୍ଗଲରେ ବିଗତ ୪ ମାସ ମଧ୍ୟରେ ମୋଟ ୯ଟି ହାତୀ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିରେ ରହିଛି ୪ଟି ହାତୀ କଙ୍କାଳ। ଏହି ୪ଟି ହାତୀ କଙ୍କାଳ ଭିତରୁ ୨ଟି ଦନ୍ତା ଥିବା ବେଳେ ଅନ୍ୟ ୨ଟି ମାଈ। ସେହିପରି ୫ଟି ମୃତ ହାତୀଙ୍କ ମଧ୍ୟରୁ ୨ଟି ଦନ୍ତା, ୨ଟି ମାଈ ଓ ଗୋଟିଏ ଛୁଆ। ତେବେ ୪ ମାସ ଭିତରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ହେବା ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe