YouTube
ଭୁବନେଶ୍ବର : ବାତ୍ୟା ପରେ ଟ୍ରେନ୍ଗୁଡିକ ବାତିଲ ଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରୁ କ୍ରିଷ୍ଣରାଜପୁରମ୍(ବେଙ୍ଗାଲୁରୁ)କୁ ପୁଣି ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ବ୍ୟବସ୍ଥା ହୋଇଛି। ଶନିବାର ରାତି ୧୦ଟାରେ ଭୁବନେଶ୍ବର ରେଳଷ୍ଟେସନରୁ ଏହି ଟ୍ରେନ୍ ଛାଡ଼ିବ। ପରଦିନ ରାତି ୧୦ଟା ୫୦ରେ କ୍ରିଷ୍ଣରାଜପୁରମ୍ରେ ପହଞ୍ଚିବ। ଏହି ସ୍ବତନ୍ତ୍ର ଟ୍ରେନ୍ରେ ୧୪ଟି ସ୍ଲିପର କ୍ଲାସ କୋଚ୍, ଦୁଇଟି ଦ୍ବିତୀୟ ଶ୍ରେଣୀ ସିଟି˚ କୋଚ୍, ଗୋଟିଏ ଲଗେଜ୍ ଭ୍ୟାନ୍ ରହିଛି। ଭୁବନେଶ୍ବର ଛାଡିବା ପରେ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍, ବିଜୟନଗରମ୍, ବିଶାଖାପାଟଣା ଆଦି ଷ୍ଟେସନ୍ରେ ରହିବ।
Follow Us