ପାର୍ବଣରେ ଓଡ଼ିଶାରୁ ଗଡ଼ିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌

ଯାତ୍ରୀମାନଙ୍କର ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ପରିଚାଳନା କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ।

New Project (37)

ଭୁବନେଶ୍ବର: ଯାତ୍ରୀମାନଙ୍କର ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ପରିଚାଳନା କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ।

୧. ଝାନ୍ସୀ-ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର (୦୧୯୨୯/୦୧୯୩୦)
ଟ୍ରେନ୍‌ ନମ୍ବର ୦୧୯୨୯ ଝାନ୍ସୀ-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ୨୮.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ୧୧:୫୫ ଘଣ୍ଟାରେ ଉତ୍ତରପ୍ରଦେଶର ଝାନ୍ସୀରୁ ଛାଡିବ। ସେହିପରି ଫେରିବା ରାସ୍ତାରେ ଟ୍ରେନ୍‌ ନମ୍ବର ୦୧୯୩୦ ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍‌ ୨୯.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ୨୩:୪୫ ଘଣ୍ଟାରେ ପୁରୀରୁ ଛାଡିବ। ପୂର୍ବତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି: ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଏବଂ ପୁରୀ କରାଯାଇଛି। ଏହି ଟ୍ରେନ୍‌ରେ  ୨ୟ ଏସି ଗୋଟିଏ, ତୃତୀୟ ଏସି ୨ଟି, ଶୟନଯାନ ୮ଟି, ସାଧାରଣ ବଗି ୮ଟି ଓ ଦ୍ୱିତୀୟ ଶ୍ରେଣୀ ଲଗେଜ୍ କମ ଡିଭିଆଙ୍ଗଜାନ୍ ୨ଟି ରହିବ। 

ପର୍ବପର୍ବାଣୀର ଚାହିଦା ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକ ବ୍ୟବସ୍ଥା କରାଯାଇଛି, ଯାହା ପୂର୍ବତଟ ରେଳବାଇ ଜୋନର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ।

୨. ନାରଙ୍ଗୀ-ଏସଏମଭି ବେଙ୍ଗାଲୁରୁ-ନାରଙ୍ଗୀ (୦୬୫୬୦/୦୬୫୫୯) 
ଟ୍ରେନ୍‌ ନମ୍ବର ୦୬୫୬୦ ନାରଙ୍ଗୀ-ଏସଏମଭି ବେଙ୍ଗାଲୁରୁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୯.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶନିବାର ସକାଳ ୦୫:୩୦ରେ ଆସାମର ନାରଙ୍ଗୀରୁ ଛାଡ଼ିବ। ଟ୍ରେନ୍‌ ନମ୍ବର ୦୬୫୫୯ ଏସଏମଭି ବେଙ୍ଗାଲୁରୁ-ନାରଙ୍ଗୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୫.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଦିନ ରାତି ୨୩.୪୦ ରେ ଏସଏମଭି ବେଙ୍ଗାଲୁରୁରୁ ଛାଡ଼ିବ। ପୂର୍ବତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି କରିବ: ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, କୋଟ୍ଟାଭାଲାସା ଏବଂ ଦୁଭୱାଡା। ଏହି ଯୋଡ଼ା ଟ୍ରେନ୍‌ରେ ଦ୍ୱିତୀୟ ଏସି ଗୋଟିଏ, ତୃତୀୟ ଏସି ୪ଟି, ଶୟନଯାନ ୮ଟି, ସାଧାରଣ ଦ୍ୱିତୀୟ ଶ୍ରେଣୀ ୬ଟି, ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ (ଦିବ୍ୟାଙ୍ଗଜନ) କୋଚ୍-୦୨ ରହିବ।

Bhubaneswar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe