କେରଳ ବନ୍ୟା: ବୁଧବାର ସକାଳେ କେରଳରୁ ଆସୁଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚିବ

Advertisment
କେରଳ ବନ୍ୟା: ବୁଧବାର ସକାଳେ କେରଳରୁ ଆସୁଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚିବ

ଭୁବନେଶ୍ୱର: କେରଳରେ ଦେଖାଯାଇଥିବା ଶତାଦ୍ଦୀର ବଡ଼ ବନ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ୨ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ଗତକାଲି ଜଣାପଡ଼ିଥିଲା। ତେବେ କୋଚୁଭେଲିରୁ ଆସୁଥିବା ଏକ ସ୍ୱତନ୍ତ୍ର ଟ୍ରେନ୍‌ ବୁଧବାର ସକାଳେ ଭୁବନେଶ୍ୱରରେ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କୋଚୁଭେଲି (ତିରୁବନ୍ତପୁରମ୍‌)ରୁ ଏହି ଟ୍ରେନ୍‌ କେରଳରୁ ବନ୍ୟା ପ୍ରପୀଡିତଙ୍କୁ ନେଇ ପଶ୍ଚିମ ଆନ୍ଧପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚାଇବ। ଏହି ଟ୍ରେନ୍‌ ବିଶାଖାପାଟନାରେ ମଙ୍ଗଳବାର ରାତି ୮ଟା.୩୫ରେ ପହଞ୍ଚିବ। ସେଠାରେ ୮ଟା ୫୫ରେ ଛାଡ଼ି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ବ୍ରହ୍ମପୁରରେ ମଙ୍ଗଳବାର ମଧ୍ୟରାତ୍ରି ୧୨.୫୦ଟାରେ ପହଞ୍ଚିବ। ବୁଧବାର ସକାଳ ୦୩.୪୫ଟାରେ ଭୁବନେଶ୍ୱରରେ ପହଞ୍ଚିବ।

publive-image

ମିଳିଥିବା ସୂଚନା ଅନୁସାରେ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କେରଳର ଏର୍ଣ୍ଣାକୁଲମଠାରୁ ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ପାଇଁ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ଘୋଷଣା କରାଯାଇଥିଲା। ଏର୍ଣ୍ଣାକୁଲମ-ସାନ୍ତ୍ରାଗାଛି ଟ୍ରେନ ମଙ୍ଗଳବାର ସକାଳ ୭ଟାରେ ଭୁବନେଶ୍ୱର ପହଞ୍ଚିବ। ସେହିଭଳି ଅନ୍ୟ ଏକ ଟ୍ରେନ ଏର୍ଣ୍ଣାକୁଲମରୁ ସାନ୍ତ୍ରାଗାଛିକୁ ଆସି ଦିନ ୧୧ଟାରେ ଏଠାରେ ପହଞ୍ଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe