ମହାଳୟା ପିଣ୍ଡଦାନ ପାଇଁ ଚାଲିବ ସ୍ବତନ୍ତ୍ର ରେଳ, ସେପ୍ଟେମ୍ବର ୨୫ରେ ସିକନ୍ଦରାବାଦରୁ ବାହାରିବ ଟ୍ରେନ୍

Advertisment
ଆଉ ମାସେ ଚାଲିବ ପୁରୀ-ପାଟନା ବିଶେଷ ଟ୍ରେନ୍‌

Sambad

ଭଦ୍ରକ: ମହାଳୟା ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ଇଣ୍ଡିଆନ୍ ରେଲୁୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ପକ୍ଷରୁ ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର କ୍ଷେତ୍ରୀୟ ପ୍ରବନ୍ଧକ ଡା. କ୍ରାନ୍ତି ପି. ସାବରକର ପ୍ରକାଶ କରାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ତୀର୍ଥ ରେଳ ଯାତ୍ରୀ ଯାତ୍ରା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ସିକନ୍ଦରାବାଦରୁ ବାହାରି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଭଦ୍ରକ, ବାଲେଶ୍ବର ଦେଇ ବାରାଣସୀ ଗସ୍ତ କରିବ। ଏହି ଟ୍ରେନ୍ ବାରାଣସୀ, ପ୍ରୟାଗରାଜ ଓ ଗୟା ଯିବ।

ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଉଭୟ ଏସି ଓ ନନ୍ ଏସି ପ୍ୟାକେଜ କରାଯାଇଛି। ନନ୍ ଏସି ପା‌ଇଁ ୬ ହଜାର ୬୨୦ ଟଙ୍କା ଓ ଏସି ପାଇଁ ୧୧ହଜାର ୩୦ ଟଙ୍କା ମୂଲ୍ୟ ରଖାଯାଇଛି। ଏଇ ଟଙ୍କାରେ ସେମାନଙ୍କର ରେଳଯାତ୍ରାଠାରୁ ଆରମ୍ଭ କରି ସେଠାରେ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁମାନେ ଏହି ଯାତ୍ରା କରିବାକୁ ଚାହୁଁଛନ୍ତି, ସେମାନେ ଅନଲାଇନ୍ କିମ୍ବା ଭଦ୍ରକ ରେଳ‌ ଷ୍ଟସନରେ ଟିକଟ ବୁକିଂ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe