ଆଜି ଓଡ଼ିଶାରେ ପହଞ୍ଚିବ ୯ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌

Advertisment
ଆଜି ଓଡ଼ିଶାରେ ପହଞ୍ଚିବ ଆଉ ୧୦ ଟ୍ରେନ୍‌

Image Source: Zee News

ଭୁବନେଶ୍ବର : ପୂର୍ବ ସୂଚନା ମୁତାବକ ଆଜି ୧୩ଟି ଶ୍ରମିକ ସ୍ବତନ୍ତ୍ର ‌ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିଛି। ବ୍ରହ୍ମପୁରରେ ସର୍ବାଧିକ ୪ଟି ଟ୍ରେନ୍‌ ପହଞ୍ଚିଥିବା ବେଳେ ବାଲେଶ୍ବର ଓ ବଲାଙ୍ଗୀରରେ ୨ଟି ଲେଖାଏଁ, ନିର୍ଗୁଣ୍ଡି, ଭଦ୍ରକ, ଗଞ୍ଜାମ, ଯାଜପୁର ଓ ରାଉରକେଲା ଷ୍ଟେସନରେ ଗୋଟିଏ ଲେଖାଏଁ ଟ୍ରେନ୍‌ ପହଞ୍ଚିଛି। ଏହି ୧୩ଟି ଟ୍ରେନ୍‌ରେ ପାଖାପାଖି ୧୪ ହଜାର ଯାତ୍ରୀ ଆସିଥିବା ସୂଚନା ମିଳିଛି। ଆସନ୍ତାକାଲି ତଥା ଗୁରୁବାର ଆଉ ୯ଟି ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିବ। ସୁରତରୁ ବ୍ରହ୍ମପୁର ଅଭିମୁଖେ ୩ଟି ଟ୍ରେନ୍‌ ଆସୁଥିବା ‌ବେ‌ଳେ ଗୁଜୁରାଟର ଉଧାନରୁ ନିର୍ଗୁଣ୍ଡି ଷ୍ଟେସନକୁ ଦୁଇଟି ଟ୍ରେନ୍‌ ଆସୁଛି। ସେହିପରି ଗୁଜୁରାଟର ଉଧାନରୁ ବାଲେଶ୍ବର, ବରୋଦାରୁ ବାଲେଶ୍ବର, ରାଜସ୍ଥାନର ଯୋଧପୁରରୁ ବାଲେଶ୍ବର ଓ ମୁମ୍ବାଇରୁ କଟକ ଷ୍ଟେସନକୁ ଗୋଟିଏ ଲେଖାଏଁ ଟ୍ରେନ୍‌ ଆସିବ। ସନ୍ଧ୍ୟା ସୁଦ୍ଧା ଏହି ଟ୍ରେନ୍‌ଗୁଡ଼ିକ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା‌ ଦିଆଯାଇଛି। ୨୬ ତାରିଖ ସୁଦ୍ଧା ଓଡ଼ିଶାକୁ ୧୨୮ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe