କଟକ ଓ ଭୁବନେଶ୍ବରରେ ଜାନକୀବଲ୍ଲଭଙ୍କ ସ୍ମୃତିରକ୍ଷା ଲାଗି ସ୍ବତନ୍ତ୍ର ଉତ୍ସବ : ୨ରେ ତୈଳଚିତ୍ର ଉନ୍ମୋଚନ, ୩ରେ ସ୍ମାରକୀ ବକ୍ତୃତା

Advertisment
ଜନନାୟକ ଜାନକୀବଲ୍ଲଭ: ଏକ ଅମ୍ଳାନ ବ୍ୟକ୍ତିତ୍ବ

ଭୁବନେଶ୍ବର : ଆସନ୍ତା ଜାନୁଆରି ୨ ତାରିଖ ସନ୍ଧ୍ୟା ୬ଟାରେ କଟକର ଶତାବ୍ଦୀ ଭବନରେ ଉତ୍କଳ ସାହିତ୍ୟ ସମାଜ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାରସ୍ବତ ସାଧକ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ତୈଳଚିତ୍ର ଉନ୍ମୋଚିତ ହେବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭା‌େବ ଯୋଗ ଦେବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏଥିରେ ବିଶିଷ୍ଟ ଅତିଥି ଭା‌େବ ଭାରତୀୟ ସାହିତ୍ୟ ବିଶ୍ବକୋଷ ଓ ହିନ୍ଦୀ ବିଶ୍ବକୋଷର ମୁଖ୍ୟ ସମ୍ପାଦକ ପ୍ରଫେସର ଇନ୍ଦ୍ରନାଥ ଚୌଧୁରୀ ଏବଂ ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେବେ।

publive-image

ସେହିପରି ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଜାନୁଆରି ୩ ତାରିଖ ସନ୍ଧ୍ୟା ୫ଟା୩୦ରେ ଭୁବନେଶ୍ବରର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ଏବଂ ସାହିତ୍ୟକୋଷର ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ‘ଜାତୀୟତା: ରବୀନ୍ଦ୍ରନାଥ ଓ ଗାନ୍ଧୀ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ପ୍ରଫେସର ଇନ୍ଦ୍ରନାଥ ଚୌଧୁରୀ। ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ବହୁ ପ୍ରତୀକ୍ଷିତ ଗ୍ରନ୍ଥ ‘ସାହିତ୍ୟକୋଷ’ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହେବ। ଏହି ଉତ୍ସବରେ ଓଡ଼ିଶାର ସାହିତ୍ୟିକ, ଗବେଷକ ଏବଂ ବୁଦ୍ଧିଜୀବୀମାନଙ୍କୁ ଯୋଗ ଦେବା ପାଇଁ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe